ଜିଓ ଲଞ୍ଚ କଲା ନୂଆ ପ୍ରିପେଡ ପ୍ଲାନ୍, ମିଳିବ ୩୫୦ ଜିବି ଡାଟା ଏବଂ ୧୨,୦୦୦ ଅପ୍ନେଟ ମିନିଟ୍

ରିଲାଏନ୍ସ ଜିଓ ପୁଣି ଗ୍ରାହକଙ୍କ ପାଇଁ ଆଣିଦେଇଛି ଖୁସି ଖବର। ଜିଓ ନିଜ ଗ୍ରାହକଙ୍କ ପାଇଁ ୪,୯୯୯ ଟଙ୍କାର ଲଙ୍ଗଟର୍ମ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନ ଜରିଆରେ ଗ୍ରାହକଙ୍କ ମନଲାଖି ଡାଟା ସହିତ କଲିଂର ସୁବିଧା ମିଳିବ। ଏହି ପ୍ଲାନକୁ କମ୍ପାନୀ ଗତ ଡିସେମ୍ବରରେ ଟାରିଫ ବଢିବା ପରେ ବନ୍ଦ କରିଦେଇଥିଲା। କିନ୍ତୁ ଏବେ ଅନ୍ୟ ଟେଲିକମ୍ କମ୍ପାନୀ ସହିତ ଟକ୍କର ଦେବା ପାଇଁ ଜିଓ ପୁଣି ଥରେ ଏହି ପ୍ଲାନକୁ ଲଞ୍ଚ କରିଛି।
ଏହି ପ୍ଲାନ ଜରିଆରେ ଉପଭୋକ୍ତାଙ୍କୁ ୩୫୦ ଜିବି ଡାଟା, ଜିଓ- ଟୁ- ଜିଓ ନେଟଓ୍ଵାର୍କରେ ଅନଲିମିଡେଟ୍ କଲିଂ. ଅନ୍ୟ ନେଟଓ୍ଵାର୍କକୁ କଲ୍ କରିବା ପାଇଁ ୧୨,୦୦୦ ଅଫନେଟ ମିନିଟ୍ ମିଳିବ। ଏହି ପ୍ଲାନର ବୈଧତା ୩୬୦ ଦିନ ରହିଛି।
ଏହାଛଡା ଜିଓର ୧୨୯ ଟଙ୍କିଆ ପ୍ଲାନରେ ଆପଣଙ୍କୁ ୨ ଜିବି ଡାଟା ସହିତ ୩୦୦ ଏସ୍ଏମ୍ଏସ୍ର ସୁବିଧା ରହିଛି। ତା’ ସହିତ ଜିଡ-ଟୁ ଜିଓକୁ ଅନଲିମିଡେଟ୍ କଲିଂ କରିପାରିବେ। ଏହି ପ୍ୟାକ୍ର ବୈଧତା ୨୮ ଦିନ ରହିଛି। ଜିଓର ୩୨୯ ଟଙ୍କିଆ ପ୍ଲାନରେ ୬ ଜିବି ଡାଟା ସହିତ ୧୦୦୦ ଏସ୍ଏମ୍ଏସ୍ ସହିତ ୩ ହଜାର ଏଫୟୁପି ମିନିଟ ମିଳିବ। ଏହି ପ୍ୟାକର ସମୟ ସୀମା ୮୪ ଦିନ ରହିଛି।
ସେହିପରି ୧,୨୯୯ ଟଙ୍କିଆ ପ୍ଲାନରେ ୨୪ ଜିବି ଡାଟା ସହିତ ୩,୬୦୦ ଏସ୍ଏମ୍ଏସ ମିଳିବ। ଏଥିରେ ଜିଓ-ଟୁ- ଜିଓ ଅନଲିମିଟେଡ କଲିଂ ସୁବିଧା ସହିତ ୧୨,୦୦୦ ଏଫ୍ୟୁପି ମିନିଟ ରହିଛି। ଏହାର ବୈଧତା ୩୬୬ ଦିନ ରହିବ।