ନିଜର କୋଟି କୋଟି ଗ୍ରାହକଙ୍କୁ ନୋଟିସ୍‌ ଜାରି କଲା jio, ଜମା ବି କରନ୍ତୁନାହିଁ ଏହି ୬ କାମ

ରିଲାଏନ୍ସ ଜିଓ ନିଜର ଗ୍ରାହକଙ୍କୁ ସତର୍କ କରାଇଛି। ଇ-କେଓ୍ଵାସୀ ସ୍କାମକୁ ନେଇ ସତର୍କ ସୂଚନା ଜାରି କରିଛି ଜିଓ। ଦେଶର ସବୁଠାରୁ ବଡ ଦୂରସଞ୍ଚାର ସେବା ପ୍ରଦାନ କରୁଥିବା ଟେଲିକମ୍‌ କମ୍ପାନୀ ମଧ୍ୟରୁ ଅନ୍ୟତମ ଥିବା କମ୍ପାନୀ ଜିଓ ନିଜ ଗ୍ରାହକଙ୍କୁ ଠକାମୀକୁ ନେଇ ସତର୍କ କରାଇଛି। ଜିଓ ନିଜର ଗ୍ରାହକଙ୍କୁ ସତର୍କ କରାଇବା ସହ ଏହି ୬ଟି ଗୁରୁତ୍ୱପୂର୍ଣ୍ଣ କାମକୁ ନକରିବାକୁ କହିଛି। ତେବେ ଜାଣନ୍ତୁ ଜିଓ କଣ କହିଛି ଏବଂ କାହିଁକି?

ଇ-କେଓ୍ଵାସି ଭେରିଭିକେସନ୍‌ ପାଇଁ କୌଣସି କଲ୍‌ କିମ୍ବା ମେସେଜର ଜବାବ ଦିଅନ୍ତୁନାହିଁ

ଯଦି ଭେରିଫିକେସନକୁ ନେଇ କୌଣସି ଅଜଣା ନମ୍ବରରୁ କଲ୍‌ କିମ୍ବା ମେସେଜ୍‌ ଆସେ ତାହେଲେ ସେହି ଫୋନକୁ ଅଣଦେଖା କରନ୍ତୁ। ଫୋନର ଜବାବ ଦିଅନ୍ତୁନାହିଁ।

ଜମାବି ଡାଉନଲୋଡ୍‌ କରନ୍ତୁନାହିଁ ଭେରିଫିକେସନ୍‌ ପାଇଁ କୌଶସି ବି ଆପ୍‌

ଜିଓ ସୂଚିତ କରାଇଛି ଯେ କେଓ୍ଵାସି/ଆଧାର ବିବରଣକୁ ଅପଡେଟ କରିବା ପାଇଁ କୌଣସି ବି ଆପ୍‌ ଡାଉନଲୋଡ୍‌ କରନ୍ତୁନାହିଁ। ଜିଓ ଜଣାଇଛନ୍ତି କେବେବି କମ୍ପାନୀ ତାର ଗ୍ରାହକଙ୍କୁ କୌଣସି ଥାର୍ଡ ପାର୍ଟି ଆପକୁ ଡାଉନଲୋଡ କରିବା ପାଇଁ କହେନାହିଁ। କଲ୍‌ ଓ ମେସେଜ୍‌ ପ୍ରତି ଯଥେଷ୍ଟ ସତର୍କ ରୁହନ୍ତୁ। ନଚେତ ଆପଣ ଆର୍ଥିକ କ୍ଷତି ସହିପାରନ୍ତି। କେବେବି ରିମୋଟ ଆକ୍ସେସ ଆପ୍‌ ଡାଉନଲୋଡ୍‌ କରନ୍ତୁନାହିଁ।

ନିଜ ଆଧାର ନମ୍ବର, ଓଟିପି କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର କାହାକୁ ବି ଦିଅନ୍ତୁନାହିଁ

କମ୍ପାନୀ କହିଛି ଯେ ଏବେ ଠକାମି ମାମଲା ବହୁତ ସାମ୍ନାକୁ ଆସୁଛି। କିଛି ଠକ ନିଜକୁ ଜିଓ ପ୍ରତିନିଧି କହି ଇ-କେଓ୍ଵାସୀ ବାହାନାରେ ଗ୍ରାହକଙ୍କ ଆଧାର, ବ୍ୟାଙ୍କ ଖାତା, ଓଟିପି ଆଦି ମାଗି ଲୋକଙ୍କ ସହ ଫ୍ରଡ କରୁଛନ୍ତି।

କଲ୍‌ କରୁଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁନାହିଁ

ଜିଓ ନିଜର ଗ୍ରାହକଙ୍କୁ ଜଣାଇଛି ଯେ କୌଣସି ବି ଏସଏମଏସ/କଲକୁ ବିଶ୍ୱାସ କରନ୍ତୁନାହିଁ। ଯେଉଁମାନେ ବି ଇ-କେଓ୍ଵାସୀ ପୂରା କରିବା ପାଇଁ ଆପଣଙ୍କୁ କହୁଛନ୍ତି ସେମାନଙ୍କ କଲକୁ କାଟି ଦିଅନ୍ତୁ।

ଇ-କେଓ୍ଵାସୀ ପାଇଁ ଏସଏମଏସରେ ଦିଆଯାଇଥିବା ନମ୍ବରକୁ କଲ୍‌ ବ୍ୟାକ୍‌ କରନ୍ତୁନାହିଁ

ଇ-କେଓ୍ଵାସୀ ପାଇଁ ଏସଏମଏସରେ ଦିଆଯାଇଥିବା ନମ୍ବରକୁ କଲ୍‌ ବ୍ୟାକ୍‌ କରନ୍ତୁନାହିଁ। କାହିଁକିନା ଏଥିରେ କଲ୍‌ ବ୍ୟାକ୍‌ ଅପସନ୍‌ ଦିଆଯାଇଥାଏ। ତେଣୁ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ବେଶ୍‌ ଜରୁରୀ ଯେ ଆପଣ ଯେମିତି କଲବ୍ୟାକ୍‌ ନ କରନ୍ତି।

ଜିଓ ପ୍ରତିନିଧି କହି ଦେଉଥିବା ମେସେଜର ଲିଙ୍କକୁ କ୍ଲିକ କରନ୍ତୁନାହିଁ

ଜିଓ ଗ୍ରାହକଙ୍କୁ ଲିଙ୍କ, ଆଟାଚମେଣ୍ଟ ଉପରେ କ୍ଲିକ କରିବା ପାଇଁ କହିଥାଏ। ଯେଉଁମାନେ କି ଜିଓ ପ୍ରତିନିଧି ହେବାର ଦାବି କରିଥାନ୍ତି। ଏଥପ୍ରତି ବିଶେଷ ଧ୍ୟାନ ଦେଇ ମେସେଜର ଲିଙ୍କକୁ କ୍ଲିକ କରନ୍ତୁନାହିଁ।

ଜିଓ ଆପଣଙ୍କୁ କେବେବି ଆପ୍‌ ଡାଉନଲୋଡ୍‌ କରିବାକୁ କହିବନାହିଁ

କମ୍ପାନୀ ଦାବି କରିଛି ଯେ କେବେବି ଥାର୍ଡ ପାର୍ଟି ଆପକୁ ଡାଉନଲୋଡ କରିବାର ଆବଶ୍ୟକତା ନାହିଁ। କାହିଁକିନା ସବୁ କିଛି ବିବରଣୀ ଆପଣଙ୍କୁ ମାଇଁ ଜିଓ ଆପରେ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.