କୋଣାର୍କ ମନ୍ଦିରରେ ପ୍ରବେଶ ଟିକେଟ ନମିଳିବାରୁ ଧସେଇ ପଶିଲେ ପର୍ଯ୍ୟଟକ, ଟିକେଟ କାଉଣ୍ଟର ଘଣ୍ଟାଏ ଅଚଳ

କୋଣାର୍କ(କେନ୍ୟୁଜ) : ଟିକେଟ ନ ମିଳିବାକୁ ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦେଖାଦେଇଛି ଉତ୍ତେଜନା। ଫଳରେ କୋଣାର୍କ ମନ୍ଦିରକୁ ଧସେଇ ପଶିଛନ୍ତି ଶହ ଶହ ପର୍ଯ୍ୟଟକ। ପ୍ରବେଶ ପାଇଁ ଟିକେଟ ନମିଳିବାରୁ ଏପରି ସ୍ଥିତି ଦେଖାଦେଇଥିବା ସୂଚନା ମିଳିଛି। ଆଜି ଦିନ ୧୦ଟାରେ ଅନ୍ଲାଇନ ଟିକେଟ କାଉଣ୍ଟର ଏକ ଘଣ୍ଟା ଧରି ଅଚଳ ହୋଇଥିଲା ।

ହଜାର ହଜାର ପର୍ଯ୍ୟଟକ ମୁଖ୍ୟ ଗେଟ୍ରେ ଠିଆ ହୋଇ ରହିଥିଲେ । ହେଲେ ଦୀର୍ଘ ସମୟ ଧରି ଠିଆ ହେବା ପରେ ଟିକେଟ ନମିଳିବାରୁ ଘରୋଇ ସିକ୍ୟୁରିଟି ଗାର୍ଡଙ୍କୁ ଠେଲାପେଲା କରି ଧସେଇ ପଶିଯାଇଥିଲେ ପର୍ଯ୍ୟଟକମାନେ।

ଅନ୍ୟ ପକ୍ଷରେ ପ୍ରତ୍ନତତ୍ତ୍ୱ ବିଭାଗ କାଉଣ୍ଟରରେ ଅନ୍ଲାଇନ ଟିକେଟ ଜରିଆରେ ମାତ୍ର ୩ ହଜାର ପର୍ଯ୍ୟଟକଙ୍କ ପାଇଁ ଟୋକନ ବ୍ୟବସ୍ଥା ଥିବାବେଳେ ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ଦୈନିକ ୧୦ହଜାରରୁ ଉର୍ଦ୍ଧ୍ୱ ରହିଛି । ଫଳରେ ପର୍ଯ୍ୟଟକମାନଙ୍କ ଭିଡ଼ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡିଛି ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.