Below header

ଭାରତ ସରକାରଙ୍କ ପକ୍ଷରୁ ନିଯୁକ୍ତି ସୁଯୋଗ, ଦରମା ୧ ଲକ୍ଷ ଟଙ୍କା

ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିଦେଇଛନ୍ତି ଭାରତ ସରକାର। ଭାରତ ସରକାର ଟକସାଳ, ନୋଏଡାରେ କନିଷ୍ଠ ହିନ୍ଦୀ ଅନୁବାଦକ ପାଇଁ ଖାଲିଥିବା ପଦବୀ ପୂରଣ କରିବାର ଶେଷ ତାରିଖ ୨୭ ଜୁଲାଇ ୨୦୧୯ ରହିଛି । ଯଦି ଆପଣ ଏହି ଚାକିରି ପାଇଁ ଇଚ୍ଛୁକ ରହିଛନ୍ତି ତେବେ ଖୁବଶୀଘ୍ର ଏହି ପଦବୀ ପାଇଁ ଆବେଦନ କରିଦିଅନ୍ତୁ । ଆବେଦନ କରିବାର ଶେଷ ତାରିଖ, ଚାକିରୀ କରିବା ପାଇଁ ଚୟନ ପ୍ରକ୍ରିୟା, ବୟସ ସୀମା, ଆବେଦନ ଶୁଳ୍କ, ଖାଲିଥିବା ପଦବୀର ବିବରଣୀ, ପଦବୀର ନାମ, ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା, ଖାଲିଥିବା ପଦବୀ ସଂଖ୍ୟା ବିଷୟରେ ସଂପୂର୍ଣ୍ଣ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ପଦବୀ: କନିଷ୍ଠ ହିନ୍ଦୀ ଅନୁବାଦକ

ପଦବୀ ସଂଖ୍ୟା: ୦୧

ସ୍ଥାନ: ନୋଏଡା

ବୟସ ସୀମା:  ଆବେଦନକାରୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ଏବଂ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ। କିନ୍ତୁ ବିଶେଷ କ୍ଷେତ୍ରରେ ବୟସ ସୀମାରେ ପରିବର୍ତ୍ତନ ହୋଇପାରେ ।

ଏହା ସହ ପଢନ୍ତୁ ଚାଷୀଙ୍କୁ ମୋଦି ସରକାରଙ୍କ ଉପହାର, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ହିନ୍ଦୀ, ଇଂଲିଶ ବିଷୟରେ ଏମ୍ଏ ପାସ୍ କରିଥିବା ଆବଶ୍ୟକ।

ବେତନ : ଯେଉଁ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯିବ ତାଙ୍କୁ ବିଭାଗର ନିୟମ ଅନୁସାରେ ୨୬,୦୦୦/ ରୁ  ୧,୦୦,୦୦୦/ ମଧ୍ୟରେ  ପ୍ରତିମାସ ବେତନ ଦିଆଯିବ।

ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷାରେ ପାସ୍ ହେବା ପରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପରୀକ୍ଷା ଦେବାକୁ ପଡିବ।

ଚାକିରି ପାଇଁ ଆବେଦନକାରୀ ସହଜରେ କରନ୍ତୁ ଆବେଦନ : ଯୋଗ୍ୟ ଏବଂ ଇଚ୍ଛୁକ ଆବେଦନକାରୀ ଆବେଦନ ପାଇଁ ନିର୍ଦ୍ଧାରିତ ସମୟରେ ଅନଲାଇନରେ ଆବେଦନ କରିପାରିବେ । ତଥା ନିଜର ଶିକ୍ଷାଗତ ଯୋଗତା ସମ୍ବନ୍ଧିତ ବିବରଣୀ, ଜନ୍ମ ତାରିଖ ଏବଂ ଅନ୍ୟ ବିବରଣୀ ସହିତ ସଂପୂର୍ଣ୍ଣ ସଠିକ୍ ଭାବେ ଫର୍ମକୁ ପୂରଣ କରିବାକୁ ହେବ। ଆବେଦନ କରିବା ବେଳେ ଏଥିରେ କୌଣସି ପ୍ରକାର ଭୁଲ ନ କରିବାକୁ ଅନୁରୋଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.