ଏହି ପ୍ରଶଂସିକା ଜଣକ ଗୋଡରେ ଆଙ୍କିଲେ ସଲମାନ ଖାନଙ୍କ ପେଣ୍ଟିଙ୍ଗ୍, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ୍ ର ଭାଇଜାନ୍ ମାନେ ସଲମାନ୍ ଖାନଙ୍କ ହୃଦୟ ଖୋଲା ଏନେଇ ତ ସମସ୍ତେ ପ୍ରାୟ ଜାଣିଥିବେ । ସେ ସମସ୍ତଙ୍କୁ ସାହାର୍ଯ୍ୟ କରିବା ପାଇଁ ସର୍ବଦା ଆଗକୁ ଚାଲିଆସିଥାନ୍ତି । ଏମିତିରେ ତାଙ୍କର ନଜର ଯଦି କୌଣସି ପ୍ରତିଭା ଉପରେ ପଡେ ତେବେ ସେ ନା କେବଳ ତାକୁ ସମ୍ମାନ ଦିଅନ୍ତି ବରଂ ତାଙ୍କୁ ପ୍ରୋତ୍ସାହିତ ମଧ୍ୟ କରିଥାନ୍ତି । ଯେଉଁଥିରେ ସଲମାନ ପୁଣି ଥରେ ସମସ୍ତଙ୍କ ସାମ୍ନାରେ ଆଉ ଏକ ଭଲ ଟାଲେଣ୍ଟ ନେଇକି ଆସିଛନ୍ତି ।

ଏହାସହ ପଢନ୍ତୁ: ୧୯୯୪ରେ ହେବାକୁ ଥିଲା ସଙ୍ଗୀତା-ସଲମାନଙ୍କ ବିବାହ, ଏହି କାରଣରୁ ତୁଟିଗଲା ସମ୍ପର୍କ

ସଲମାନ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଜଣେ ଫ୍ୟାନ୍ ନିଜର ଗୋଡ ସାହାର୍ଯ୍ୟରେ ସଲମାନଙ୍କ ସ୍କେଚ୍ ତିଆରି କରୁଛନ୍ତି । ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖାସ୍ ଭିଡିଓଟି ସେୟାର କରି ସଲମାନ୍ ଲେଖିଛନ୍ତି, ‘God bless… can’t reciprocate the love but prayers and much love !!!’  ଏହି ଭିଡିଓ ସୋସିଆଲ ମିଡିଆରେ କ୍ଷିପ୍ର ବେଗରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଜଣାପଡୁଛି କି ସଲମାନଙ୍କୁ ପସନ୍ଦ କରୁଥିବା ଲୋକଙ୍କ ଲିଷ୍ଟ ଖୁବ୍ ଲମ୍ବା ଅଟେ । ଏମିତିରେ ସଲମାନ୍ ମଧ୍ୟ ନିଜର ପ୍ରଶଂସକଙ୍କୁ କେବେ ନିରାଶ କରିନଥାନ୍ତି ।

ଦେଖନ୍ତୁ ଭିଡିଓ :

 

View this post on Instagram

 

God bless… can’t reciprocate the love but prayers and much love !!!

A post shared by Salman Khan (@beingsalmankhan) on

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.