ଭୋଡାଫୋନ ଗ୍ରାହକଙ୍କ ପାଇଁ ଖୁସି ଖବର, ୨୨୯ ଟଙ୍କାରେ କଲ ସହ ମିଳିବ ୫୬ ଜିବି ଡାଟା

ଟକ୍କର ପାଇଁ ଅଫର୍ । ନିଜର ସ୍ଥିତି ବଜାୟ ରଖିବା ପାଇଁ ସବୁ ଟେଲିକମ୍ କମ୍ପାନୀ ଏବେ ଆଣୁଛନ୍ତି ଜବରଦସ୍ତ ପ୍ଲାନ୍ । ଏହି ତାଲିକାରେ ଶୀର୍ଷରେ ଜିଓ ରହିଥିବା ବେଳେ ଅନ୍ୟ ସବୁ ନେଟୱର୍କ ସେମାନଙ୍କ ପ୍ଲାନ ଦ୍ବାରା ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି । ଏବେ ଭୋଡାଫୋନ ଆଣିଛି ମନଲୋଭା ପ୍ଲାନ୍ । ଭୋଡାଫୋନର ପ୍ରିପେଡ ପ୍ଲାନ୍ ଗୁଡିକ ୫୦୦ ଟଙ୍କାରୁ କମ୍ ରହିଛି। କିନ୍ତୁ ଏଥିର ୨୨୯ ଟଙ୍କାର ପ୍ଲାନ ବହୁତ ଭଲ ସୁବିଧା ଲୋକଙ୍କୁ ଯୋଗାଇବ। ଏହି ପ୍ଲାନ୍ ଦ୍ବାରା ଗ୍ରାହକ ୨୮ ଦିନର ବୈଧତା ସହିତ ପ୍ରତି ମାସରେ ୫୬ ଜିବିର ଡାଟା ପାଇପାରିବେ।

ପ୍ଲାନର ବିବରଣୀ :

ଭୋଡାଫୋନର ଏହି ପ୍ଲାନର ଗ୍ରାହକ ହେବା ଦ୍ବାରା ଅନଲିମିଟେଡ୍ କଲ, ଏସଟିଡି କଲ୍ ସହିତ ପ୍ରତିଦିନି ୨ ଜିବି ଡାଟା ମଧ୍ୟ ମିଳିବ। ଏହାଛଡା ପ୍ରତିଦିନ ୧୦୦ଟି ଏସ୍ଏମ୍ଏସ୍ କରିବାର ସୁଯୋଗ ମଧ୍ୟ ରହିଛି। ଏହି ପ୍ଲାନର ସୁବିଧା ଦ୍ବାରା ଗ୍ରାହକ ଭୋଡାଫୋନ ପ୍ଲେ ଆପ୍ ଜରିଆରେ ନିଶୁଳ୍କ ଲାଇଭ ଟିଭି, ଫିଲ୍ମ ଇତ୍ୟାଦିର ଲାଭ ଉଠାଇପାରିବେ। ପୂର୍ବରୁ ଭୋଡାଫୋନ ୨୨୫ ଟଙ୍କାର ପ୍ଲାନ ଆଣିଥିଲା, ଯାହାକୁ ଏବେ ଶେଷ କରିଦେଇଛି। ଏବେ ୨୨୯ ପ୍ଲାନରେ ଏହି ସବୁ ସୁବିଧା ମିଳିପାରିବ।

ଏହା ସହ ପଢନ୍ତୁ ଭାରତ ସରକାରଙ୍କ ପକ୍ଷରୁ ନିଯୁକ୍ତି ସୁଯୋଗ, ଦରମା ୧ ଲକ୍ଷ ଟଙ୍କା

ଭୋଡାଫୋନର ୧୬ ଟଙ୍କାର ରିଚାର୍ଜ :

ଗତ ୧ ମାସ ପୂର୍ବରୁ ଭୋଡାଫୋନର ୧୬ ଟଙ୍କିଆ ଫିଲ୍ମ ରିଚାର୍ଜ ପ୍ଲାନ ଆଣିଥିଲା। ଯେଉଁଥିରେ ଗ୍ରାହକଙ୍କୁ ୧ ଜିବି ଡାଟା ସହ ଗୋଟିଏ ଦିନର ଅବଧି ରହିଥିଲା। ଏହି ପ୍ଲାନକୁ ବ୍ୟବହାର କରି ଗ୍ରାହକ ନିଜର ମନ ପସନ୍ଦ ଫିଲ୍ମ ଦେଖିପାରୁଥିଲା ।

ଭୋଡାଫୋନର ଅନ୍ୟ ଅଫର :

ଏହାଛଡା ଭୋଡାଫୋନର ଅନ୍ୟ ସବୁ ଅଫର ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରିପାରୁଛି। ଭୋଡାଫୋନର ଅନ୍ୟ ଏକ ଅଫରରେ ୧୮ ରୁ ୨୪ ବର୍ଷୀୟ ଯୁବକଙ୍କ ପାଇଁ ଆମାଜନ ପ୍ରାଇମ୍ ମେମ୍ବରସିପ ପାଇଁ ୫୦ ପ୍ରତିଶତ ରିହାତି ମଧ୍ୟ ରହିଛି। ଯାହାକି ୯୯୯ ଟଙ୍କା ରହିଛି। କିନ୍ତୁ ଉକ୍ତ ବୟସର ଯୁବକମାନଙ୍କୁ ୪୯୯ ଟଙ୍କାରେ ଏହା ମିଳୁଛି । ଏହି ଅଫରର ଫାଇଦା ନେବା ପାଇଁ ଭୋଡାଫୋନ ବ୍ୟବହାରୀଙ୍କୁ ’ମାଇଁ ଭୋଡାଫୋନ’ ଆପକୁ ଡାଉନଲୋଡ କରିବାକୁ ପଡିବ। ଏହାପରେ ଏଥିରେ ଥିବା ସଂପୂର୍ଣ୍ଣ ବିବରଣୀରେ କ୍ଲିକ୍ କରି ଅଧିକ ପ୍ଲାନ ବିଷୟରେ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.