ଏବେ ଜୁଲାଇ ୨୨ରେ ଶ୍ରୀହରିକୋଟା ଲଞ୍ଚ ପ୍ୟାଡ୍‌ରୁ ଉତ୍‌କ୍ଷେପଣ ହେବ ଭାରତର ଚନ୍ଦ୍ରଯାନ-୨

ଜୁଲାଇ ୨୨ରେ ଶ୍ରୀହରିକୋଟା ଲଞ୍ଚ ପ୍ୟାଡ୍‌କୁ ଯିବ ଭାରତର ଚନ୍ଦ୍ରଯାନ-୨। ଦିନ ୨.୪୩ ମିନିଟ୍‌ରେ ହେବ ଉତ୍‌କ୍ଷେପଣ। ଇସ୍ରୋ ପକ୍ଷରୁ ନୂଆ ତାରିଖ ଘୋଷଣା କରାଯାଇଛି। ପୂର୍ବରୁ ଜୁଲାଇ ୧୫ରେ ଉତ୍‌କ୍ଷେପଣ ହେବାର ଥିଲା । ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜିଏସଏଲ୍‌ଭି ଏମକେ ଥ୍ରୀର ରକେଟରେ ଅଚାନକ ବୈଷୟିକ ତ୍ରୁଟି ଦେଖାଯିବା ପରେ ଏହାକୁ ସ୍ଥଗିତ ରଖିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ। ଆନ୍ଧ୍ର ପ୍ରଦେଶ ଶ୍ରୀହରି କୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସୋମବାର ରାତି ୨ଟା ୫୧ ମିନିଟରେ ଏହାର ଉତ୍‌କ୍ଷେପଣ ହେବାକୁ ସ୍ଥିର ହୋଇଥିଲା। ମାନବ ବିହୀନ ଚନ୍ଦ୍ରାୟନ ଯାନର ଓଜନ ୩.୮ଟନ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.