ଦିଲ୍ଲୀ ବିଶ୍ବବିଦ୍ଯାଳୟରେ ବମ୍ପର ନିଯୁକ୍ତି, ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ(NTA) ଅଧିନରେ ହେବ ଚୟନ

ଦିଲ୍ଲୀ ବିଶ୍ବବିଦ୍ଯାଳୟରେ ଖାଲିପଡିଛି ଅନେକ ପଦବୀ। ଏହି ନିଯୁକ୍ତି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ(NTA) ଅଧିନରେ କରାଯିବ। ଦିଲ୍ଲୀ ବିଶ୍ବବିଦ୍ଯାଳୟରେ ମୋଟ ୧୧୪୫ ପଦବୀରେ ନିଯୁକ୍ତି କରାଯିବ। ଏଥିପାଇଁ ବିଶ୍ବବିଦ୍ଯାଳୟ ଦ୍ବାରା ଜାରି ହୋଇଥିବା ଅଧିକାରକ ନୋଟିଫିକେସନ ଜରିଆରେ ନନ୍ ଟିଚିଂ ଷ୍ଟାଫ ନିଯୁକ୍ତି କରାଯିବ। ଏଥିରେ ଆବେଦନ କରିବାର ଶେଷ ତାରିଖ ୧୬ ମାର୍ଚ୍ଚରହିଥିଲା କିନ୍ତୁ ଏବେ ଏହାର ତାରିଖକୁ ୨୮ ଏପ୍ରିଲ ପର୍ଯ୍ଯନ୍ତ ଘୁଞ୍ଚାଇଦିଆଯାଇଛି। ଅନଲାଇନ ଆବେଦନ କରିବା ପାଇଁ ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ recruitment.nta.nic.in କିମ୍ବା du.ac.in କୁ ଯାଇ ଦେଖିପାରିବେ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୮ ଏପ୍ରିଲ ଏବଂ ଆବେଦନ ଶୁଳ୍କ ଜମା କରିବାର ଶେଷ ତାରିଖ ୨୯ ଏପ୍ରିଲ ରହିଛି। ଅନଲାଇନ ଫର୍ମ ସଂଶୋଧନ କରିବାର ଶେଷ ତାରିଖ ୩୦ ଏପ୍ରିଲରୁ ୨ ମଇ ପର୍ଯ୍ଯନ୍ତ ରହିଛି।

ପଦବୀ ବିବରଣୀ :

ଲ୍ଯାବ ଆସିଷ୍ଟାଣ୍ଟ: ୧୫୨
ଲାଇବ୍ରେରୀ ଆଣ୍ଟେଡାଣ୍ଟ: ୧୦୯
ଆସିଷ୍ଟାଣ୍ଟ: ୮୦
ଷ୍ଟେନୋଗ୍ରାଫର: ୭୭
ସିନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ: ୫୮
ଇଂଜିନିୟରିଂ ଆଟେଣ୍ଟାଣ୍ଟ: ୫୧
ସିନିଅର ଆସିଷ୍ଟାଣ୍ଟ: ୪୫
ଟେକ୍ନିକାଲ ଆସିଷ୍ଟାଣ୍ଟ: ୪୫
ଜୁନିଅର ୱାର୍କ ଆସିଷ୍ଟାଣ୍ଟ: ୩୫
ଅନ୍ଯାନ୍ଯ

job

ଚୟନ ପ୍ରକ୍ରିୟା: NTA Delhi University Recruitment 2021 ଅଧିନରେ ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ NTA ଦ୍ବାରା ଆୟୋଜିତ ଅନଲାଇନ ଟେଷ୍ଟ, ପର୍ସନାଲିଟି ଟେଷ୍ଟ/ଇଣ୍ଟରଭ୍ଯୁ ଏବଂ ସ୍କିଲ ଟେଷ୍ଟ ଆଧାରରେ ହେବ।

ଆବେଦନ ଶୁଳ୍କ: ସାଧାରଣ ବର୍ଗଙ୍କ ପାଇଁ ୧ ହଜାର ଟଙ୍କା ଓବିସି/EWS/ମହିଳାଙ୍କ ପାଇଁ ୮୦୦ ଟଙ୍କା ଏବଂ ଏସସି/ଏସଟି/PWDଙ୍କ ପାଇଁ ୬୦୦ ଟଙ୍କା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.