ପରଲୋକରେ ଓଲିଉଡର ବରିଷ୍ଠ କଳାକାର ଦୀପ୍ତିରଞ୍ଜନ ମହାନ୍ତି, ୫୧ ବର୍ଷ ବୟସରେ ହୃଦଘାତ୍

ଓଲିଉଡର ବରିଷ୍ଠ କଳାକାର ଦୀପ୍ତିରଞ୍ଜନ ମହାନ୍ତି ଆଉ ନାହାନ୍ତି। କାବୁଲା ଭାଇ ନାମରେ ବେଶ ପରିଚିତ। ଗତକାଲି ରାତିରୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଆଉ ତାପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ୫୧ ବର୍ଷ ବୟସରେ ହୃଦଘାତରେ ତାଙ୍କ ଦେହାନ୍ତ ବୋଲି ଜଣାପଡିଛି। ଘର କଟକର ରାଉସା ପାଟଣା ଠାରେ ତାଙ୍କ ଘର। ତେବେ ଯାହା ସୂଚନା ମିଳିଛି ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ରେ ହେବ।

ଅନେକ ଟେଲି ସିରିଏଲ ଓ ଫିଲ୍ମରେ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ଜାଗା କରିଥିଲେ। ଏହାସହ ବହୁତ ଫିଲ୍ମରେ ଭୟସ ମଧ୍ୟ ଦେଇଛନ୍ତି। କଥା କହୁଥିଲେ ସରିବନି, ଦୁହିତା, ବିକ୍ରମ ବେତାଳ, ମାଁ ସିନ୍ଦୁର, ସାହନେଇ, ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.