Below header

ବଲିଉଡ୍‌ ଉପରେ କରୋନାର ଛାୟା: ଭିକ୍କି କୌଶଲ ଓ ଭୂମି ପେଡନେକର ମଧ୍ୟ ହେଲେ କୋଭିଡ୍‌ ପଜିଟିଭ୍‌

ବଲିଉଡ୍‌ ଉପରେ କରୋନାର କଳା ଛାୟା ଘୋଟିଯାଇଛି। ଅକ୍ଷୟ କୁମାର ଓ ଗୋବିନ୍ଦାଙ୍କ ପରେ ଏବେ ଅଭିନେତ୍ରୀ ଭୂମି ପେଡନେକର ଓ ଅଭିନେତା ଭିକ୍କି କୌଶଲଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍‌ ଆସିଛି।

କରୋନା ସଂକ୍ରମିତ ହୋଇଥିବା ନେଇ ନିଜେ ଭୂମି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ସୁସ୍ଥ ଥିଲେ ମଧ୍ୟ କରୋନାର କେତେକ ଲକ୍ଷଣ ଶରୀରରେ ପ୍ରକାଶ ପାଉଛି। ଡାକ୍ତରଙ୍କ ସହ ସମ୍ପର୍କରେ ଅଛି ଓ ସବୁ ସାବଧାନତା ଅବଲମ୍ବନ କରୁଛି। ଏଥିସହ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କୁ କୋଭିଡ୍‌ ଟେଷ୍ଟ କରିବାକୁ ପରାମର୍ଶ ଦେଉଛି।

ଏହା ବ୍ୟତୀତ ଅଭିନେତା ଭିକ୍କି କୌଶଲ ମଧ୍ୟ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ସେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ଭିକ୍କି ଲେଖିଛନ୍ତି, ସବୁ ପ୍ରକାରର ସାବଧାନତା ଅବଲମ୍ବନ କରି ମଧ୍ୟ ମୁଁ କରୋନା ପଜିଟିଭ୍‌ ହୋଇଛି। ଆଗକୁ ମଧ୍ୟ ସାବଧାନ ରହିବି। ଏବେ ମୁଁ ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ଅଛି। ଡାକ୍ତର ଦେଇଥିବା ମେଡିସିନ୍‌ ଖାଉଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ପରୀକ୍ଷା କରାଇନିଅନ୍ତୁ। ସୁରକ୍ଷିତ ରୁହନ୍ତୁ ଓ ଘରେ ରୁହନ୍ତୁ।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ମଧ୍ୟରେ ବଲିଉଡ୍‌ର ଅକ୍ଷୟ କୁମାର, କାର୍ତ୍ତିକ ଆର୍ଯ୍ୟନ, ରଣବୀର କପୁର ଓ ପରେଶ ରାଓ୍ଵଲ ପ୍ରମୁଖ କରୋନା ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.