ଏଠାରେ ଖାଲିପଡିଛି ସାଇଣ୍ଟିଷ୍ଟ ପଦବି, ୫ ଡିସେମ୍ବର ପର୍ଯ୍ଯନ୍ତ କରିପାରିବେ ଆବେଦନ

ଯଦି ଆପଣଙ୍କ ପାଖରେ ଏମବିବିଏସ୍, ଏମଡି, ଏମଏସ ଏବଂ ପିଏଚଡି ଡିଗ୍ରୀ ରହିଛି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଏହିସବୁ ଡିଗ୍ରୀ ରଖିଥିବା ପ୍ରାର୍ଥୀଙ୍କ ପାଇଁ ସାଇଣ୍ଟିଷ୍ଟ ଡି ଏବଂ ଇ ପଦରେ ଅନେକ ଚାକିରି ଖାଲିପଡିଛି। ଏହି ଚାକିରି କରିବା ପାଇଁ ଆପଣ ୫ ଡିସେମ୍ବର ପର୍ଯ୍ଯନ୍ତ ଆବେଦନ କରିପାରିବେ। ଏହି ଚାକିରି ପାଇବା ପାଇଁ ICMR ଅଫିସିଆଲ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR) ରେ ସାଇଣ୍ଟିଷ୍ଟ ଡି ଏବଂ ଇ ପଦବି ଖାଲି ପଡିଛି। ଏହି ଚାକିରି କରିବାକୁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଜଲଦି ଆବେଦନ କରନ୍ତୁ।

ପଦବି ବିବରଣୀ : ୬୫

Job

ଏଥିପାଇଁ ICMR ର ଅଫିସିଆଲ ୱେବସାଇଟ main.icmr.nic.inକୁ ଯାଇ ଚେକ୍ କରନ୍ତୁ। ଏହି ସମସ୍ତ ନିଯୁକ୍ତି ଦିଲ୍ଲୀରେ ହେବ। ସାଇଣ୍ଟିଷ୍ଟ ଇ ପଦବି ପାଇଁ ପ୍ରାର୍ଥୀଙ୍କ ପାଖରେ ଏମଡି/ଏମଏସ ଆଦି ଡିଗ୍ରୀ ରହିଥିବା ଆବଶ୍ଯକ। ଏହାଛଡା କୌଣସି ସରକାରୀ ଏବଂ ସ୍ବୀକ୍‌ତିପ୍ରାପ୍ତ ସଂସ୍ଥାରୁ କାର୍ଯ୍ଯ କରିବାର ଅଭିଜ୍ଞତା ଥିବା ଦରକାର।

ସାଇଣ୍ଟିଷ୍ଟ ଇ(ନନ ମେଡିକାଲ) ପାଇଁ ଗୋଟିଏ ପଦବି ରହିଥିବା ବେଳେ ସାଇଣ୍ଟିଷ୍ଟ ଡି(ମେଡିକାଲ) ପାଇଁ ୧୬ଟି ପଦବି ରହିଛି। ସେହିପରି ସାଇଣ୍ଟିଷ୍ଟ ଡି(ନନ୍ ମେଡିକାଲ) ପାଇଁ ଗୋଟିଏ ପଦବି ରହିଛି। ଏଠାରେ ଆବେଦନ କରିବା ପୂର୍ବରୁ ଭଲଭାବେ ଅଧିସୂଚନା ପଢିନିଅନ୍ତୁ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.