ଭାରତୀୟ ସେନା ବାହିନୀରେ ଜବରଦସ୍ତ ଖାଲି, ଭର୍ତ୍ତି ପାଇଁ କରନ୍ତୁ ଆବେଦନ, ୬୩,୨୦୦ ଟଙ୍କା ଯାଏ ମିଳିବ ଦରମା

ନୂଆଦିଲ୍ଲୀ : ଭାରତୀୟ ସେନା ବାହିନୀରେ ଜବରଦସ୍ତ ଖାଲି ପଦବି ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଫାୟରମେନ୍‌ ଓ ଜୁନିୟର ଅଫିସ ଆସିଷ୍ଟାଣ୍ଟ ପଦବିରେ ୩୦୬୮ ପଦବି ଖାଲି ପଡ଼ିଛି । ଏହି ଖାଲି ପଦବି ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏଥି ମଧ୍ୟରୁ ୨୩୧୩ ପଦବି ଟ୍ରେଡ୍ସମେନ ମେଟ, ୬୫୬ ଫାୟାରମେନ ଓ ୬୫୬ ଜୁନିୟର ଅଆସିଷ୍ଟାଣ୍ଟ ପଦବି ପାଇଁ ଉପଲବ୍ଧ ।

ମନୋନୀତ ପ୍ରାର୍ଥିଙ୍କୁ ମାସିକ ଦରମା ୧୮୦୦୦ ଟଙ୍କାରୁ ୬୩୨୦୦ ଟଙ୍କା ରଖାଯାଇଛି । ଏହି ପଦବି ପାଇଁ ଯୋଗ୍ୟତା, ବୟସ ଓ ଆବେଦନ ତାରିଖ ଆଦି ଅଫିସିଆଲ େଓ୍ଵବସାଇଟ ‘www.aocrecruitment.gov.in ’ ରୁ ଜାଣିପାରିବେ । ତେବେ ଏଯାଏ ନୋଟିଫିକେସନ ଜାରି କରାଯାଇନି । ନୋଟିଫିକେସନ ଜାଣିବା ପାଇଁ ନଜର ରଖନ୍ତୁ ।

କେତେ ମିଳିବ ଦରମା

ଦରମା କଥା କହିବାକୁ ଗଲେ ଟ୍ରେଡସମେନ ପଦବି ପାଇଁ ମାସିକ ୧୮୦୦୦ ରୁ ୫୬,୯୦୦ ଟଙ୍କା, ଫାୟାରମ୍ୟାନ ପଦବି ପାଇଁ ମାସିକ ୧୯,୯୦୦ ରୁ ୬୩,୨୦୦ ଟଙ୍କା ଓ ଜୁନିୟର ଅଫିସ ଆସିଷ୍ଟାଣ୍ଟ ପଦବି ପାଇଁ ମାସିକ ୧୯,୯୦୦ ରୁ ୬୩,୨୦୦ ଟଙ୍କା ଦରମା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.