ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଏସିଆ କପ୍‌ରୁ ବାହାରିଲେ ରବିନ୍ଦ୍ର ଜାଡେଜା

ଏସିଆ କପ୍ ୨୦୨୨ ଭିତରେ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା ଲାଗିଛି। ଟିମ୍ ଇଣ୍ଡିଆର ଶକ୍ତିଶାଳୀ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତଜନିକ କାରଣରୁ ଟିମ୍ ଇଣ୍ଡିଆରୁ ବାହାରି ଯାଇଛନ୍ତି। ବିସିସିଆଇ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଜଣେ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରିଛି।

ରବିନ୍ଦ୍ର ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି ଏବଂ ସେ ଏସିଆ କପ୍ ୨୦୨୨ରୁ ବାଦ ପଡିଛନ୍ତି। ବର୍ତ୍ତମାନ ସେ ବିସିସିଆଇ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ଅଛନ୍ତି। ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହା ନିଶ୍ଚିତ କରିଛି। ଏସିଆ କପ୍‌ରେ ଟିମ୍ ଇଣ୍ଡିଆ ଏ ପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳିଛି। ଏହି ଦୁଇଟି ଯାକ ମ୍ୟାଚ୍‌ରେ ରବିନ୍ଦ୍ର ଜାଡେଜା ମ୍ୟାଚ୍‌ ଓ୍ଵିନର ପ୍ରମାଣିତ ହୋଇଥିଲେ।

ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଛି। ଅକ୍ଷର ପଟେଲଙ୍କୁ ଏସିଆ କପ୍‌ ୨୦୨୨ରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଟିମ୍‌ରେ ଜାଗା ମିଳିଥିଲା। କିନ୍ତୁ ଏବେ ସେ ମୁଖ୍ୟ ସ୍କ୍ଵାଡ୍‌ରେ ସାମିଲ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.