Below header

ଏହା ହେଉଛି ଦୁନିଆର ସବୁଠାରୁ ଦାମୀ SUV, ଯାହା ଆଗରେ ସେନାର ଟ୍ୟାଙ୍କ ବି ଲାଗିଥାଏ ଛୋଟପିଲା

ସାଧାରଣତଃ luxury SUV ଗାଡି ମାନଙ୍କ କଥା କହିଲେ ଆପଣ କେତେ ପ୍ରକାର ଗାଡିର ନାମ ଜାଣିଛନ୍ତି ? Rolls Royce Cullinan, Bentley Bentagya କିମ୍ବା Lamborghini Urus ଦୁନିଆର ମହଙ୍ଗା SUV କାର ମଧ୍ୟରେ ସାମିଲ ଯାହାର ଦାମ କୋଟି କୋଟି ଟଙ୍କା। କିନ୍ତୁ କଣ ଆପଣ ଜାଣିଛନ୍ତି କି ଏଥିମଧ୍ୟରେ ଦୁନିଆର ସବୁଠାରୁ ମହଙ୍ଗା SUV କେଉଁଟି ? ବୋଧହୁଏ ଏଥିରୁ କେଉଁଟି ବି ନୁହେଁ। ଆଶ୍ଚର୍ଯ୍ୟ ହୋଇଗଲେ ନା ? ଆଜି ଆମେ ଆପଣଙ୍କୁ କହିବୁ ଦୁନିଆର ସବୁଠାରୁ ଦାମୀ SUV ଏବଂ ତାର ଫିଚର୍ସ ବିଷୟରେ।

Karlmann King SUV Auto Show

ଦୁନିଆର ସବୁଠାରୁ ଦାମୀ SUVର ନାମ ହେଉଛି Karlmann King SUV। ଯାହାର ପ୍ରାରମ୍ଭିକ ଏକ୍ସ ଶୋରୁମ ଦର 10 ଲକ୍ଷ ଡଲାର ବା ପାଖାପାଖି 7 କୋଟି ଟଙ୍କା ଅଟେ। ଏହାର ସବୁଠାରୁ ବଡ଼ ସ୍ୱତନ୍ତ୍ରତା ହେଉଛି ଏହାର ଖାସ ଡିଜାଇନ। ଟ୍ରାନ୍ସଫର୍ମସ ମୁଭିରୁ ପ୍ରେରିତ ଏହି ଏସୟୁଭି ବାହାରୁ ଡାଇମଣ୍ଡ ଭଳି ଦେଖାଯାଇଥାଏ। ଏଥିରେ ଗୋଟିଏ ପଟେ ଦୁଇଟି ଡୋର ଥିବାବେଳେ ଅନ୍ୟପଟେ କେବଳ ଗୋଟିଏ ଡୋର ରହିଛି।

karlmann king SUV Black

ଡିଜାଇନର ଏହି Karlmann Kingକୁ ଏପରି ଡିଜାଇନ କରାଇଛନ୍ତି ଯାହା ଦେଖିବା ପାଇଁ ଗୋଟିଏ stealth fighter ଜେଟ ଭଳି। ଏପରିକି ଏହାର ପେଣ୍ଟ ସ୍କିମ ମଧ୍ୟ ମ୍ୟାଟ ବ୍ଲାକ ଦିଆଯାଇଛି ତାସହିତ ଏହାକୁ Ford F550 chassisରେ ପ୍ରସ୍ତୁତ କରାଯାଇଛି। ଏହି ପ୍ଲାଟଫର୍ମର ସ୍ୱତନ୍ତ୍ରତା ହେଉଛି ଆପଣ ଏହାଉପରେ ଯେକୌଣସି ପ୍ରକାରର ହେଭି ଗାଡି ପ୍ରସ୍ତୁତ କରିପାରିବେ।

karlmann king SUV Interior

ଏହାସହ ପଢନ୍ତୁ ଫଟୋଗ୍ରାଫିକ ରାଇଫଲ, ଜାଣନ୍ତୁ ଦୁନିଆର ସର୍ବପ୍ରଥମ ପୋର୍ଟେବୁଲ ମୋସନ ପିକ୍ଚର କ୍ୟାମେରା ବିଷୟରେ

Karlmann King SUVକୁ ଅତି ସହଜରେ କଷ୍ଟୋମାଇଜଡ଼ କରାଯାଇ ପାରିବ। କିଣୁଥିବା ଲୋକଙ୍କ ପସନ୍ଦ ଅନୁଯାୟୀ ଏହାର ଇଂଟରିୟର ଓ ଏକ୍ସଟରିୟରରେ ପରିବର୍ତ୍ତନ କରାଯାଇପାରିବ। ଏପରିକି ଆବଶ୍ୟକ ସ୍ଥଳେ ଏହାକୁ ବୁଲେଟ ପ୍ରୁଫ ମଧ୍ୟ ବନାଯାଇପାରିବ କିନ୍ତୁ ଏଥିପାଇଁ ଅଲଗା ଦାମ ଦେବାକୁ ପଡିବ।

karlmann king SUV Rear

Karlmann Kingରେ 6.8 ଲିଟରର B10 ଇଂଜିନ ଦିଆଯାଇଛି ଯାହାକି 420 ଏଚପି ପାୱାର ଦେଇଥାଏ। ଏହା ଘଂଟାପ୍ରତି 220 କିଲୋମିଟର ଯାତ୍ରା କରିପାରିବ ଯାହାକି ଏହାର ସାଇଜ ଅନୁଯାୟୀ ବହୁତ ଅଧିକ ଅଟେ କାରଣ ଏହାର ଓଜନ 5896 କିଲୋଗ୍ରାମ ଅଟେ। ଯଦି ଭାରତରେ କେହି ଏହି ଏସୟୁଭି କିଣୁଛନ୍ତି ତାହେଲେ ଟ୍ୟାକ୍ସ ଓ ଡ୍ୟୁଟିକୁ ମିଶାଇ ଏହାର ଦାମ ପାଖାପାଖି 15 କୋଟି ଟଙ୍କା ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.