ବାଲେଶ୍ୱର: ସ୍କୁଲରୁ ଆସିଲା ସାଂଘାତିକ ସତ, ଛାତ୍ରୀ ମାନଙ୍କୁ ବ୍ୟବହାର କରାଯାଉଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ

ବାଲେଶ୍ବର(କେନ୍ୟୁଜ୍):  ସ୍କୁଲରୁ ଆସିଲା ସାଂଘାତିକ ସତ । ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ରୀ ମାନଙ୍କୁ ବ୍ୟବହାର କରାଯାଉଛି । ପାଚିକା ବଦଳରେ ଏଠି ପିଲାଏ କରୁଛନ୍ତି କାମ । ଏଭଳି ଅଭାବନୀୟ ଘଟଣାର ଭିଡ଼ିଓ ଭାଇରାଲ ହେବାର ଲାଗିଛି । ବାଲେଶ୍ୱର ସଦର ସିନ୍ଦୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ପରିବା କଟାକଟି କରୁଛନ୍ତି । ତୃତୀୟ ଶ୍ରେଣୀ ପିଲାଙ୍କୁ ପରିବା କଟା କାମରେ ନିୟୋଜିତ କରାଯାଇଛି । ପିଲାମାନେ ସ୍କୁଲ ଆସନ୍ତି ପାଠ ପଢ଼ିବାକୁ । ହେଲେ ଏଠି ପାଠପଢ଼ା ବଦଳରେ ମଧ୍ୟାହ୍ନ ଭୋଜନ କାମରେ ଲଗାଯାଉଛି । ଏହି ଚିତ୍ର ବୟାନ କରୁଛି ପିଲାଏ ଏଠି କେମିତି ଅଛନ୍ତି । କେବଳ ଏତିକି ନୁହେଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା ସେଠୀ ପିଲାମାନଙ୍କୁ ନିର୍ଯାତନା ଦେବାସହ ଅନ୍ୟ ଶିକ୍ଷକଙ୍କୁ ମଧ୍ୟ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଶିକ୍ଷକ ମାନଙ୍କୁ ଛୁଟି ନଦେବା, ଦରମା କାଟିବା ଉନ୍ନୟନ ପାଣ୍ଠିର ଦୁରୁପଯୋଗ ଭଳି ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ଅଭିଯୋଗ ରହିଛି । ଅନ୍ୟପଟେ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.