Below header

ନୂଆ ଅବତାରରେ ଆସୁଛି Kia Sonet ୨୦୨୪, ଜାଣନ୍ତୁ କଣ ରହୁଛି ପ୍ରାଇସ୍‌, ସ୍ପେକ୍ସ ଏବଂ ଫିଚର୍ସ

ନୂଆ ୨୦୨୪ କିଆ ସନେଟର ଲଞ୍ଚକୁ ଅପେକ୍ଷା କରିଛନ୍ତି କି । ତାହେଲେ ଆପଣଙ୍କ ପାଇଁ ଖୁସି ଖବର । ଏବେ ଆପଣଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ।

କଣ ଆପଣ ବି ଚାତକ ଭଳି ନୂଆ ୨୦୨୪ କିଆ ସନେଟର ଲଞ୍ଚକୁ ଅପେକ୍ଷା କରିଛନ୍ତି କି । ତାହେଲେ ଆପଣଙ୍କ ପାଇଁ ଖୁସି ଖବର । ଏବେ ଆପଣଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କମ୍ପାନୀ ଏହି ସବ୍‌ କମ୍ପାକ୍ଟ ଏସୟୁଭିର ଦାମର ଘୋଷଣା କରିଦେଇଛି । କିଆ ସନେଟର ଫେସଲିଫ୍ଟ ଅବତାରରେ ଆପଣଙ୍କୁ ନୂଆ ଡିଜାଇନ୍‌ ଏବଂ ଅପଗ୍ରେଡ ଫିଚର୍ସ ମିଳିବ । ନୂଆ ସନେଟରେ କମ୍ପାନୀ ଗ୍ରାହକଙ୍କ ସେଫ୍ଟି ପାଇଁ ୨୫ ସେଫ୍ଟି ଫିଚର୍ସ ଦେଇଛି । ଯେଉଁଥିରେ ଏବଂ ୧୫ଟି ହାଇ ସେଫ୍ଟି ଫିଚର୍ସ ସାମିଲ ରହିଛି ।

କିଆ ସନେଟର ଫେସଲିଫ୍ଟ ଅବତାରରେ ଲୋକଙ୍କୁ ମୋଟ ୧୯ ଭ୍ୟାରିୟଣ୍ଟସ ମିଳିବ । ଯେଉଁଥିରେ ୩ ପେଟ୍ରୋଲ ଏବଂ ୫ ଡିଜେଲ (ମାନୁଆଲ) ଭ୍ୟାରିୟଣ୍ଟସ, ୩ ପେଟ୍ରୋଲ ଏବଂ ୨ ଡିଜେଲ (iMTବା ଇଣ୍ଟେଲିଜେଣ୍ଟ ମାନୁଆଲ ଟ୍ରାନ୍ସମିଶନ) ଭ୍ୟାରିୟଣ୍ଟସ, 7DCT ସହିତ ୩ ପେଟ୍ରୋଲ ଭ୍ୟାରିୟଣ୍ଟସ ଏବଂ ୩ ଡିଜେଲ ଅଟୋମେଟିକ ଭ୍ୟାରିୟଣ୍ଟ ମିଳିବ ।

୨୦୨୪ କିଆ ସନେଟ୍‌ ପ୍ରାଇସ୍‌

ଏହି ସବ୍‌ କମ୍ପାକ୍ଟ ଏସୟୁଭିର ଦାମ୍‌ ୭ ଲକ୍ଷ ୯୯ ହଜାର ଟଙ୍କା (ଏକ୍ସ-ସୋରୁମ)ରୁ ଆରମ୍ଭ ହୋଇଥାଏ । ଏହି ଦାମ୍‌ କାରର ବେସ୍‌ ଭ୍ୟାରିୟଣ୍ଟର ଅଟେ । ସେହିପରି ଯଦି କିଆ ଏହି ଗାଡିର ଟପ୍‌ ଭ୍ୟାରିୟଣ୍ଟ ବିଷୟରେ କଥା ହେବା ତାହେଲେ ଆପଣଙ୍କୁ ୧୫ ଲକ୍ଷ ୬୯ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

୨୦୨୪ କିଆ ସନେଟ୍‌ ଫେସଲିଫ୍ଟ (ଇଞ୍ଜିନ୍‌ ଏବଂ ଟ୍ରାନ୍ସମିଶନ ଡିଟେଲ୍ସ)

କିଆ ସନେଟର ଫେସଲିଫ୍ଟ ଅବତାର ଆପଣଙ୍କୁ ତିନିଟି ଇଞ୍ଜିନ୍‌ ଅପ୍ସନରେ ମିଳିବ। ପ୍ରଥମ ଭ୍ୟାରିୟଣ୍ଟ ୧.୨ ଲିଟର ପେଟ୍ରୋଲ ମୋଟର ସହିତ ୫ ସ୍ପିଡ୍‌ ମାନୁଆଲ ଗିୟରବକ୍ସ ଅଫର ମିଳିବ ।

ଦ୍ୱିତୀୟ ଭ୍ୟାରିୟଣ୍ଟ ୧.୦ ଲିଟର ଟର୍ବୋ ପେଟ୍ରୋଲ ମୋଟର ସହିତ iMT (ସେମି ଅଟୋମେଟିକ) କିମ୍ବା DCT (ଡୁଆଲ କ୍ଲଚ୍‌ ଟ୍ରାନ୍ସମିଶନ) ଅପ୍ସନ ସହିତ ଆପଣଙ୍କୁ ମିଳିବ ।

ତୃତୀୟ ଭ୍ୟାରିୟଣ୍ଟ ୧.୫ ଲିଟର CRDi ଡିଜେଲ ଇଞ୍ଜିନ୍‌ ଆପଣଙ୍କୁ ୬ ସ୍ପିଡ୍‌ ମାନୁଆଲ, ୬ ସ୍ପିଡ୍‌ iMT ଏବଂ ୬ ସ୍ପିଡ AT (ଅଟୋମେଟିକ ଟ୍ରାନ୍ସମିଶନ) ସହିତ ମିଳିବ ।

କିଆ ସନେଟ୍‌ ଫିଚର୍ସ

ନୂଆ ସନେଟରେ ୧୦.୨୫ ଇଞ୍ଚର ଡିଜିଟାଲ ଇନଷ୍ଟମେଣ୍ଟ କ୍ଲଷ୍ଟର ଏବଂ ୧୦.୨୫ ଇଞ୍ଚର ଟଚସ୍କ୍ରିନ୍‌ ଇନଫୋଟେନମେଣ୍ଟ ସିଷ୍ଟମ ମିଳିବ। ଏଥର ନୂଆ ସନେଟରେ ଯେଉଁ ବଡ ପରିବର୍ତ୍ତନ କରାଯାଇଛି ତାହା ହେଉଛି ଏହି ଏସୟୁଭିରେ ଲେବଲ ୧ ଅଡଭାନ୍ସ ଡ୍ରାଇଭର ଆସିଷ୍ଟାପ୍ସ ସିଷ୍ଟମ ବା ADAS ଫିଚର୍ସ ଦିଆଯାଇଛି ।

ଏହି କାରର ସମସ୍ତ ଭ୍ୟାରିୟଣ୍ଟସରେ ଯେଉଁ ଫିଚର୍ସ ମିଳିଥାଏ, ତାହା ହେଉଛି ୬ ଏୟାରବ୍ୟାକ୍ସ, ଟାୟର ପ୍ରେସର ମନିଟରିଙ୍ଗ ସିଷ୍ଟମ, ଇସିଏସ ଏବଂ ହିଲ୍‌ ଷ୍ଟାର୍ଟ ଆସିଷ୍ଟ । ଗାଡିର ଟପ୍‌ ଭ୍ୟାରିୟଣ୍ଟସରେ କିଛି ଆଡିସନାଲ ଫିଚର୍ସ ଦଆଯାଇଛି । ଯେମିତିକି କର୍ନରିଙ୍ଗ୍‌ ଲ୍ୟାମ୍ପସ, ଫୋର-େଓ୍ଵ ପାଓ୍ଵର୍ଡ ଡ୍ରାଇଭର ସିଟ୍‌ ଏବଂ ବ୍ଲାଇଣ୍ଡ ଭ୍ୟୁ ମନିଟର ସହିତ ୩୬୦ ଡିଗ୍ରୀ କ୍ୟାମେରା ମିଳିବ । ଭ୍ୟାଣ୍ଟିଲେଟେଡ ଫ୍ରଣ୍ଟ ସିଟ୍ସ, ସନରୁଫ ଏବଂ ଏଲଇଡି ଏମ୍ବିଏଣ୍ଟ ଲାଇଟିଙ୍ଗ ଭଳି ପ୍ରିମିୟମ ଫିଚର୍ସ ଆପଣଙ୍କୁ ଏହି କାରର ଟପ୍‌ ଭ୍ୟାରିୟଣ୍ଟରେ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.