Below header

ସ୍କୁଲ ପରିସର ଭିତରକୁ ହଠାତ୍‌ ପଶିଲା ମଦୁଆ,ପିଲାମାନେ କିଛି ବୁଝିବା ପୂର୍ବରୁ କରିଦେଲା ଆକ୍ରମଣ

କାହାର ହାତ ଫୁଲିଯାଇଛି ତ ଆଉ କାହାର ଗୋଡ ଫାଟି ଯାଇଛି । କେମିତି ହସ୍ପିଟାଲରେ ରୁଣ୍ଡ ହୋଇଛନ୍ତି ସ୍କୁଲ ଛାତ୍ରମାନେ । ପୁଣି ସାଙ୍ଗରେ ଅଛନ୍ତି ତାଙ୍କ ଅଭିଭାବକ । ଆଉ ଏସବୁ ହୋଇଛି ଜଣେ ମଦୁଆ ପାଇଁ ।

ଟିଟିଲାଗଡ (କେନ୍ୟୁଜ) : ସ୍କୁଲ ଛାଡି ସବୁ ପିଲା ଏବେ ହସ୍ପିଟାଲରେ । କାହାର ହାତ ଫୁଲିଯାଇଛି ତ ଆଉ କାହାର ଗୋଡ ଫାଟି ଯାଇଛି । କେମିତି ହସ୍ପିଟାଲରେ ରୁଣ୍ଡ ହୋଇଛନ୍ତି ସ୍କୁଲ ଛାତ୍ରମାନେ । ପୁଣି ସାଙ୍ଗରେ ଅଛନ୍ତି ତାଙ୍କ ଅଭିଭାବକ । ଆଉ ଏସବୁ ହୋଇଛି ଜଣେ ମଦୁଆ ପାଇଁ ।

ସ୍କୁଲ ପରିସର ଭିତରକୁ ହଠାତ୍‌ ପଶିଲା ମଦୁଆ । ପିଲାମାନେ କିଛି ବୁଝିବା ପୂର୍ବରୁ କରିଦେଲା ଆକ୍ରମଣ । ଜଣ ଜଣ କରି ୧୫ ରୁ ଅଧିକ ଛାତ୍ରମାନଙ୍କୁ ମାଡ ମାରି ଚାଲିଲା ଏହି ମଦୁଆ । କେହି କିଛି ବୁଝିବା ପୂର୍ବରୁ ପିଲାମାନଙ୍କୁ ସୁ ସା କରି ପିଟି ଚାଲିଲା । ଏଠି ପ୍ରଶ୍ନ ଏ ମଦୁଆ ସ୍କୁଲକୁ କେମିତି ଆସିଲା । ଆପଣଙ୍କୁ ଏ ଖବର ଟିକେ ଅଲଗା ଲାଗୁଥାଇପାରେ,ଭାବୁଥିବେ ମଦୁଆ କେଉଁଠୁ ଆସିଲେ । କିନ୍ତୁ ହଁ ଏମିତି ହୋଇଛି ଆଜ୍ଞା ।

ମଦୁଆର ଆକ୍ରମଣରେ ଗୁରୁତର ହୋଇଛନ୍ତି ସ୍କୁଲ ଛାତ୍ରମାନେ । ଟିଟିଲାଗଡ ଥାନା ନିକଟସ୍ଥ ବଙ୍କେଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଘଟିଛି ଘଟଣା । ୧୫ ରୁ ଉର୍ଦ୍ଧ୍ୱ ଛାତ୍ରମାନଙ୍କୁ ଏହି ମଦୁଆ ମଦ ନିଶାରେ ପିଟିଛି । ଏକ ବାଡି ଧରି ସ୍କୁଲ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇ ହାତ ଧୋଉଥିବାବେଳେ ଏହି ମଦୁଆଟି ଆକ୍ରମଣ କରିଛି ।

ପ୍ରାୟ ୧୫ ରୁ ୨୦ ଜଣଙ୍କୁ ଆକ୍ରମଣ କରିଥିଲା ମଦୁଆ । କିନ୍ତୁ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ହସ୍ପିଟାଲକୁ ଅଣାଯାଇଛି । ସେମାନଙ୍କ ଚିକିିତ୍ସା କରାଯାଉଛି । ତେବେ କଣ କାରଣ କଣ, କାହିଁକି ଏମିତି କାଣ୍ଡ ମଦୁଆ ଭିଆଇଲା ତାର ସୂଚନା ମିଳିପାରିନି । କିନ୍ତୁ ଘଟଣା ସମ୍ପର୍କରେ ଶିକ୍ଷକ ଏବଂ ଅଭିଭାବକଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି ।

ତେବେ କହିବାକୁ ଚାହିଁବୁ ଯେ ଉକ୍ତ ମଦୁଆ ଜଣକ ପିଲାମାନଙ୍କୁ ମାଡ ମାରି ଫେରାର ହୋଇଯାଇଛି । ଉକ୍ତ ଲୋକର ନାଁ ସୁରେନ କୁମ୍ଭାର ବୋଲି ଜଣାପଡିଛି । ଯିଏ କି ମାଡ ମାରି ଏବେ ଫେରାର ଅଛି । ତେବେ ଘଟଣାକୁ ନେଇ ଟିଟିଲାଗଡ଼ ଡାକ୍ତରଖାନାରେ ଅଭିଭାବକ ମାନଙ୍କ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.