ନୀଳଗିରିରୁ ବାଲେଶ୍ବରକୁ ଗଡ଼ିଲା ମେମୁ ଟ୍ରେନ୍, ପତାକା ଦେଖାଇ ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ରେଳ ମାନଚିତ୍ରରେ ଯୋଡି ହେଲା ନୀଳଗିରି। ନୀଳଗିରିରୁ ବାଲେଶ୍ବରକୁ ଗଡ଼ିଲା ମେମୁ ଟ୍ରେନ୍ । ପତାକା ଦେଖାଇ ରେଳସେବାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ନୀଳଗିରିରୁ ରେଳସେବାର ଶୁଭାରମ୍ଭ କରି ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଲା ବୋଲି କହିଛନ୍ତି ରେଳ ମନ୍ତ୍ରୀ।

ରେଳ ମାନଚିତ୍ରରେ ଯୋଡି ହେଲା ନୀଳଗିରି। ନୀଳଗିରିରୁ ବାଲେଶ୍ବରକୁ ଗଡ଼ିଲା ମେମୁ ଟ୍ରେନ୍ । ପତାକା ଦେଖାଇ ରେଳସେବାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ନୀଳଗିରିରୁ ରେଳସେବାର ଶୁଭାରମ୍ଭ କରି ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଲା ବୋଲି କହିଛନ୍ତି ରେଳ ମନ୍ତ୍ରୀ। ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ଯାତ୍ରୀବାହୀ ଲାଇନ୍ ଲୋକାର୍ପଣ, ଉପମାର୍ଗ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବେତନଟୀ ରେଳ ଷ୍ଟେସନରେ ପିଆରଏସ୍ ବୁକିଂ କାଉଣ୍ଟରର ଉଦଘାଟନ କରିଛନ୍ତି।

ନୀଳଗିରିରୁ ବେତନଟୀ ନୂଆ ରେଳ ଲାଇନ ପାଇଁ ସର୍ଭେ ଆରମ୍ଭ ହୋଇଛି। ସେହିପରି ଜଳେଶ୍ବର-ଚନ୍ଦନେଶ୍ବର ରେଲ ଲାଇନ ପାଇଁ DPR ପ୍ରସ୍ତୁତ କରାଯାଇଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ। ବାଲେଶ୍ବର ରେଲୱେର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଖନ୍ତାପଡ଼ା ଠାରେ ଏକ ଫ୍ଲାଏ ଓଭର ନିର୍ମାଣ ହେବ ବୋଲି ସେ ଘୋଷଣା କରିଛନ୍ତି।

ଦୁଇ ଦିନିଆ ବାଲେଶ୍ବର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଅଶ୍ବିନୀ। ଆଜି ସକାଳେ ରେମୁଣାରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଦର୍ଶନ କରିଛନ୍ତି । ହନୁମାନ କଲ୍ୟାଣ ମଣ୍ଡପରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି । ଅଶ୍ବିନୀ ବୈଷ୍ଣବଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ଜିଲ୍ଲା ବିଜେପି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ତାଙ୍କର ଏହି ଗସ୍ତ ବେଶ୍ ଗୁରୁତ୍ଵ ବହନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.