Below header

ସରକାରୀ ଛୁଟି ନଥାଇ କଲେଜ୍‌ କ୍ଲାସ୍‌ ରୁମ୍‌ରେ ଝୁଲୁଛି ତାଲା

ପାଠ ପଢ଼ିବାକୁ ଆସି କଲେଜ ଗେଟ୍‌ରୁ ଫେରିଯାଉଛନ୍ତି ଛାତ୍ରଛାତ୍ରୀ । କାରଣ କଲେଜ କ୍ଲାସ୍‌ ରୁମ୍‌ରେ ପଡ଼ିଛି ତାଲା । ସେ ପୁଣି ବିନା ନୋଟିସ୍‌ରେ ତାଲା ଝୁଲୁଛି । କଲେଜ କର୍ତ୍ତୁପକ୍ଷଙ୍କୁ ପଚାରିବାରୁ ପାଟି ଖନି ମାରି ଯାଉଛି ।

ଘଟଗାଓଁ (କେନ୍ୟୁଜ୍‌) : ପାଠ ପଢ଼ିବାକୁ ଆସି କଲେଜ ଗେଟ୍‌ରୁ ଫେରିଯାଉଛନ୍ତି ଛାତ୍ରଛାତ୍ରୀ। କାରଣ କଲେଜ କ୍ଲାସ୍‌ ରୁମ୍‌ରେ ପଡ଼ିଛି ତାଲା । ସେ ପୁଣି ବିନା ନୋଟିସ୍‌ରେ ତାଲା ଝୁଲୁଛି । କଲେଜ କର୍ତ୍ତୁପକ୍ଷଙ୍କୁ ପଚାରିବାରୁ ପାଟି ଖନି ମାରି ଯାଉଛି। କାହିଁକି ଜାଣନ୍ତି ସରକାରୀ ଛୁଟି ନଥାଇ ବନ୍ଦ ରହିଛି କଲେଜ୍‌ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ରିଜିଓନାଲ ଏସ ଏନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ।

ସମୟ ଦିନ ୧୨ଟା ହେବ । କଲେଜରେ ନା ଥିଲେ କଲେଜ କତ୍ତୃପକ୍ଷ ନା ଥିଲେ ଛାତ୍ରଛାତ୍ରୀ । ପ୍ରତି କ୍ଲାସ୍‌ ରୁମ୍‌ରେ ଝୁଲୁଛି ତାଲା । କଲେଜରେ କେବଳ ଜଣେ ରାତ୍ର ଜଗୁଆଳି ଆମ ପ୍ରତିନିଧିଙ୍କ କ୍ୟାମେରା ଦେଖି କାର୍ଯ୍ୟାଳୟର ତାଲା ଖୋଲି ଥିଲେ। ଖବର ପାଇ କିଛି ସମୟ ପରେ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ପହଞ୍ଚି କିଛି ସମୟ ରହିବା ପରେ କଲେଜ ତାଲା ପକାଇ ଚାଲି ଯାଇଥିଲେ।

ତେବେ ଗତକାଲି କଲେଜରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ କଲେଜକୁ ବନ୍ଦ କରି ସମସ୍ତ କର୍ମଚାରୀ ଚାଲି ଯାଇଥିଲେ। ଆଜି କଲେଜକୁ କିଛି ଛାତ୍ରଛାତ୍ରୀ ଆସି ତାଲା ପଡିଥିବା ଦେଖି ଫେରି ଚାଲି ଯାଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଆଜି କୌଣସି ସରକାରୀ ଛୁଟି ନଥାଇବି କିପରି କଲେଜରେ ତାଲା ପଡିଲା । ଏବଂ କାହିକି ଆଜି କୌଣସି ଆଧ୍ୟାପକ କିମ୍ବା ଅଧ୍ୟାପିକା କଲେଜକୁ ଆସିଲେ ନାହିଁ । ଏହାର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏନେଇ କଲେଜ ପ୍ରିନ୍ସପାଲକୁ ପଚାରିବାରୁ କଥାକୁ ହାଲକା ଭାବେ ନେବା ସହ ଗତକାଲି କାର୍ଯ୍ୟକ୍ରମ ପାଇଁ ଆଜି କେହି ଆସିନଥିବା କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.