ଟଙ୍କା ପାଇଁ ଆଉ ବ୍ୟାଙ୍କ କିମ୍ବା ATM ଆଗରେ ଲମ୍ବା ଲାଇନରେ ଛିଡା ହୁଅନ୍ତୁନାହିଁ, ସହଜରେ ପୋଷ୍ଟ ଅଫିସରୁ ଉଠାନ୍ତୁ ଟଙ୍କା
କରୋନା ମହାମାରୀର ପ୍ରକୋପକୁ ରୋକିବା ପାଇଁ ଦେଶରେ ଲକଡାଉନ ଜାରି ରହିଛି। ନିଜକୁ ଏହି କିଲର ଭାଇରସ ଠାରୁ ରକ୍ଷା ପାଇବା ପାଇଁ ଘରେ ରହିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ସମୟରେ ପାଖରେ ଟଙ୍କା ରହିବା ନିହାତି ଜରୁରୀ। କାରଣ କେତେବେଳେ ଯେ କେଉଁ ସମୟରେ ଟଙ୍କାର ଆବଶ୍ୟକ ପଡିବ ତାହା କେହି କହିପାରିବେନାହିଁ। ଆଉ ଏଥିପାଇଁ ଟଙ୍କା ଉଠାଇବାକୁ ଗଲେ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ତେଣିକି ଆପଣ ଏଟିଏମ ଯାଆନ୍ତୁ କିମ୍ବା ବ୍ୟାଙ୍କ, ଚାରିଆଡେ ଲୋକଙ୍କର ଲମ୍ବା ଲାଇନ ଦେଖିବାକୁ ମିଳୁଛି। କିନ୍ତୁ କରୋନାର ବଢୁଥିବା ସଂକ୍ରମଣ ଭିତରେ ଆପଣ ଆଦୌ ବି ଗହଳି ଜାଗାକୁ ଯାଆନ୍ତୁ ନାହିଁ। ସାମାଜିକ ଦୂରତା ନିହାତି ରକ୍ଷା କରନ୍ତୁ। ତେବେ ଏବେ ଆପଣ ଭାବୁଥିବେ ବ୍ୟାଙ୍କ, ଏଟିଏମ ଭିଡ ହେଲେ ଟଙ୍କା କେମିତି ଉଠାଇବୁ। ତାହେଲେ ଆମେ ଆପଣଙ୍କୁ କହିବୁ ଯେ ଟଙ୍କା ଉଠାଇବା ପାଇଁ ଆପଣ ଜମା ବି ବ୍ୟସ୍ତ ହୁଅନ୍ତୁନାହିଁ। ଜରଣ ଏମିତି ଏକ ଜାଗା ଅଛି ଯେଉଁଠି ଆପଣ ଆପଣଙ୍କ ଟଙ୍କା ସହଜରେ ଉଠାଇପାରିବେ ତାହା ସହିତ ସାମାଜିକ ଦୂରତା ମଧ୍ୟ ରକ୍ଷା କରିପାରିବେ।
ଏବେ ପର୍ଯ୍ୟନ୍ତ ଆମେ ବ୍ୟାଙ୍କରେ ଥିବା ଟଙ୍କାକୁ ଏଟିଏମ କିମ୍ବା ବ୍ୟାଙ୍କକୁ ଯାଇ ଫର୍ମ ଭରି ଟଙ୍କା ଉଠାଉଥିଲେ। କିନ୍ତୁ ଏବେ ଆପଣ ପୋଷ୍ଟ ଅଫିସରେ ମଧ୍ୟ ଟଙ୍କା ଉଠାଇପାରିବେ। ପୋଷ୍ଟ ଅଫିସ ଦେଇଥିବା ସୁବିଧା ଅନୁଯାୟୀ ଆପଣ ଆଧାର ଇନେବଲ ପେମେଣ୍ଟ ସିଷ୍ଟମ ଜରିଆରେ ନିଜର ବ୍ୟାଙ୍କ ଖାତାରେ ଥିବା ଟଙ୍କାକୁ ପୋଷ୍ଟ ଅଫିସରୁ ନେଇପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ ନେଇ ଅଧିକ କିଛି ତଥ୍ୟ।
ଆଧାର ଏନେବେଲଡ଼ ପେମେଣ୍ଟ ସିଷ୍ଟମ(AePS), ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ(NPCI) ଦ୍ୱାରା ବିକଶିତ କରାଯାଇଥିବା ଏକ ସିଷ୍ଟମ। ଯାହା ଲୋକଙ୍କୁ ଆଧାର ନମ୍ବର ଏବଂ ତାଙ୍କ ଫିଙ୍ଗର ପ୍ରିଣ୍ଟ ସ୍କାନ କରିବା ସାହାଯ୍ୟରେ ଭେରୀଫିକେସନ କରି ମଇକ୍ରୋ ଏଟିଏମ ଦ୍ୱାରା ଟଙ୍କା ଟ୍ରାନଜାକସନ ପାଇଁ ଅନୁମତି ଦେଇଥାଏ। ଏହି ପେମେଣ୍ଟ ସିଷ୍ଟମ ଜରିଆରେ ଲୋକମାନେ ନିଜ ଆଧାର ନମ୍ବର ଜରିଆରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ପଠାଇପାରିବେ ଏବଂ ପାଇପାରିବେ। ଏହି ଟ୍ରାନଜାକସନ ମଧ୍ୟ ସୁରକ୍ଷିତ ଅଟେ,କାହିଁକିନା ଟ୍ରାନଜାକସନ ପାଇଁ ବ୍ୟାଙ୍କ ଡିଟେଲସ ଦରକାର ପଡିବଥାଏ ବରଂ ଟ୍ରାନଜାକସଂ ବେଳେ ଖାତା ଧାରକଙ୍କ ଫିଙ୍ଗର ପ୍ରିଣ୍ଟ ଅବଶ୍ୟକ ପଡିଥେ ଏଥିପାଇଁ ଖାତାଧାରକଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ଲିଙ୍କ ହୋଇଥିବା ଜରୁରୀ।
ଏବେ ଆସନ୍ତୁ ଜାଣିବା କେମିତି ଉଠାଇବେ ଟଙ୍କା
ଏହି ସମୟରେ ପୋଷ୍ଟ ଅଫିସ ପୁରା ଦେଶରେ ଆପଣଙ୍କୁ ଆଧାର ଇନେବଲ ପେମେଣ୍ଟ ସିଷ୍ଟମ ସୁବିଧା ଦେଇଛି। କିନ୍ତୁ ଏହି ସୁବିଧା କେବଳ ସେହି ଗ୍ରାହକ ଉଠାଇପାରିବେ ଯେଉଁମାନଙ୍କର ଖାତା ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇଥିବ। ସେହିପରି ଏମାନଙ୍କର ଆକାଉଣ୍ଟ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ରହିଥିବା ଜରୁରୀ। ଏହି AePS ସର୍ଭିସ ଅନୁଯାୟୀ ଦାକ ବିଭାଗ IPPBରେ ଜନ ଧନ ଖାତା ଧାରକଙ୍କ ସମେତ କୌଣସି ବି ଗ୍ରାହକଙ୍କୁ ଇଣ୍ଟରଅପରେବୁଲ ଡୋରଷ୍ଟେପ୍ ବ୍ୟାକିଙ୍ଗ ସେବା ମଧ୍ୟ ଯୋଗାଉଛି।