ଫି ନାହିଁ ତ ଇ-କ୍ଲାସ ନାହିଁ, ସମସ୍ତଙ୍କୁ ଇ-କ୍ଲାସ୍‌ର ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ୟୁଜ ବ୍ୟୁରୋ : ରାଜ୍ୟର କିଛି ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଇ-କ୍ଲାସ ସୁଯୋଗ ଦେଉନଥିଲେ । ଯେଉଁମାନେ ଫି ଡିପୋଜିଟ୍‌ କରିନଥିଲେ ସେମାନଙ୍କୁ ଇ-କ୍ଲାସରୁ ବାଦ୍‌ ଦିଆଯାଉଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ଏହି ମାମଲାର ଶୁଣାଣି କରି ସମସ୍ତଙ୍କୁ ଇ-କ୍ଲାସରେ ସୁଯୋଗ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ CBSE ଓ ICSEଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତା ମଧ୍ୟରେ ସମସ୍ତ ପକ୍ଷ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.