୯୫,୦୦୦ ଡିସକାଉଣ୍ଟ ସହିତ Hyundaiର ଏହି କାରକୁ କିଣିବାର ରହିଛି ଶେଷ ସୁଯୋଗ, ଜଲଦି କିଣନ୍ତୁ

ଯଦି ଆପଣ ଆଗାମୀ ୪ ଦିନ ଭିତରେ ଏକ ନୂଆ କାର କିଣିବାକୁ ଭାବୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କୁ ବହୁତ ସାହାଯ୍ୟ କରିବ। କାରଣ ଏବେ ବଜାରରେ ବହୁତ ଭଲ ଅଫର ମିଳୁଛି। ସବୁ କାର କମ୍ପାନୀ ଭଳି hyundai ମଧ୍ୟ ଡିସକାଉଣ୍ଟ ମାମଲାରେ ପଛରେ ନାହିଁ। ଏବେ କମ୍ପାନୀ ତାର ସବୁଠାରୁ ଲୋକପ୍ରିୟ କାର ଉପରେ ବହୁତ ଭଲ ଡିସକାଉଣ୍ଟ ଦେଉଛି।

hyundai ଏବେ ନିଜର ହ୍ୟାଚ୍‌ବ୍ୟାକ୍‌ କାର ଗ୍ରାଣ୍ଡ ଆଇ୧୦ ଉପରେ ଫ୍ଲାଟ ୯୫,୦୦୦ ଡିସକାଉଣ୍ଟ ଦେଉଛି, ଯାହା ଏହାର ପେଟ୍ରୋଲ ଏବଂ ଡିଜେଲ ମଡେଲ ଉପରେ ଲାଗୁ ହୋଇଛି। କେବଳ ଏତିକି ନୁହେଁ କମ୍ପାନୀ ଏହି କାରକୁ ୪ ବର୍ଷର ଆକ୍ସିଡେଣ୍ଟ ଓ୍ଵାରେଣ୍ଟୀ ମଧ୍ୟ ଦେଉଛି। ଏହି ଅଫର କମ୍ପାନୀ ‘ସ୍ମାର୍ଟ ଡିଲ ହ୍ଵିଲସ୍‌’ ପ୍ରୋଗ୍ରାମ ଦ୍ୱାରା ଦିଆଯାଉଛି। ଯଦି ଆପଣ ଗ୍ରାଣ୍ଡ ଆଇ ୧୦ କିଣିବାକୁ ଭାବୁଛନ୍ତି ତେବେ ଏହି ଡିଲ ଆପଣଙ୍କ ପାଇଁ ବହୁତ ଭଲ ଫାଇଦାପୂର୍ଣ୍ଣ ହେବ।

Grandi10frontକଣ ଆପଣ ଭାବୁଛନ୍ତି ଗ୍ରାଣ୍ଡ ଆଇ ୧୦ କିଣିବା ଠିକ ହେବ ?

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି କାର ନିଜର ସେଗମେଣ୍ଟର ସବୁଠାରୁ ଖାସ୍‌ ଏବଂ ସୁନ୍ଦର କାର। ଏହାର ବିଲ୍ଟ କ୍ୱାଲିଟୀ ବହୁତ ହି ଭଲ, ଯେଉଁଥିପାଇଁ ଏହା ବହୁତ ଷ୍ଟ୍ରଙ୍ଗ ଏବଂ ଲମ୍ଭା ସମୟ ଧରି ଆପଣଙ୍କ ସାଥିରେ ରହିବ। କମ୍ପାନୀ ନିକଟରେ ଗ୍ରାଣ୍ଡ ଆଇ ୧୦ ନିୟୋସକୁ ମାର୍କେଟକୁ ଛାଡିଥିଲା ଯାହା ଏକ ଆଡଭାନସଡ୍‌ କାର ଅଟେ କିନ୍ତୁ ଏହା ଉପରେ କୌଣସି ଅଫର ନାହିଁ କାରଣ ଏହା ନୂଆ ମଡେଲ। ଏମିତିରେ ଆପଣ ଫ୍ଲାଟ ୯୫,୦୦୦ ଟଙ୍କା ଡିସକାଉଣ୍ଟରେ ଗ୍ରାଣ୍ଡ ଆଇ୧୦କୁ କିଣିପାରିବେ କାରଣ ଏହି କାର ଭଲ ହେବା ସହିତ ଏଥିରେ ରହିଥିବା ଅଫର ଆଉ ମିଳିବ ନାହିଁ। ଯଦି ଆପଣ କିଣିବାକୁ ଚାହୁଁଛନ୍ତି ତେବେ ଜଲଦି କିଣନ୍ତୁ।