ଭଦ୍ରକ: ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ ଶ୍ରୀହୀନ ହୋଇପଡ଼ିରହିଚି ସ୍ମୃତିପୀଠ ‘ଇରମ’, ସହିଦ ଦିବସ ପାଳିବାକୁ ପର୍ଯ୍ୟଟନ ବିଭାଗ ନେଇଛି ନିଷ୍ପତ୍ତି
![martrys day iram](https://knewsodisha.com/wp-content/uploads/2019/09/martrys-day.jpg)
ଭଦ୍ରକ(କେନ୍ୟୁଜ୍): ବାସୁଦେବପୁରର ରକ୍ତତୀର୍ଥ ଇରମ। କୁହାଯାଏ ଏହା ୨ୟ ଜାଲିୱାନାବାଗ ହତ୍ୟାକାଣ୍ଡର ଐତିହାସିକ ପୀଠ। ୧୯୪୨ ମସିହା ସେପ୍ଚେମ୍ବର ମାସ ୨୮ ତାରିଖରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେବା ପାଇଁ ଇରମ ଠାରେ ଏକାଠି ହୋଇଥିଲେ ଅନେକ ସଂଗ୍ରାମୀ। ଇଂରେଜମାନେ ଖବର ପାଇ ପ୍ରଜାମେଳି ଉପରେ ଆଖିବୁଜା କରିଥିଲେ ଗୁଳିଚାଳନା। ଘଟଣାସ୍ଥଳରେ ଶହୀଦ ହୋଇଥିଲେ ୨୮ଜଣ। ୫୬ଜଣ ହୋଉଥିଲେ ଗୁରୁତର। ପରେ ଜେଲରେ ଆଉଜଣେ ପ୍ରାଣ ହରାଇଥିଲେ। ତେବେ ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ ଶ୍ରୀହୀନ ହୋଇପଡ଼ିରହିଚି ସ୍ମୃତିପୀଠ। ବହୁତ ଆବେଦନ ଓ ଦାବି ପରେ ଇରମକୁ କେବଳ ମିଳିଛି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା। ଚଳିତ ବର୍ଷ ସହିଦ ଦିବସ ପାଳିବାକୁ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି। ଏବେ କେତେ ଧୁମଧାମରେ ପାଳନ ହେବ ସହିଦ ଦିବସ ତାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ ।