ଆସନ୍ତା କାଲି ଶନିବାର : ଏହି ଦିନରେ କରନ୍ତୁ ଏହି ସହଜ କାମ,  ସମସ୍ୟା ଶୀଘ୍ର ସମାଧାନ ହେବା ସହିତ ବଦଳିଯବ ଆପଣଙ୍କ ଭାଗ୍ୟ

୨୮ ସେପ୍ଟେମ୍ବର ୨୦୧୯ ଶନିବାର ଦିନ ଅମାବାସ୍ୟା ତିଥି ପଡୁଛି। ଏହି ଦିନରେ ସର୍ବ ପିତ୍ରୁ ମୋକ୍ଷ ଅମାବାସ୍ୟା ମଧ୍ୟ ରହିଛି। ଯଦି ଅମାବାସ୍ୟା ଶନିବାର ଦିନ ପଡେ ତେବେ ଏହାର ମହତ୍ତ୍ୱ ଆହୁରି ଅଧିକ ବଢ଼ିଯାଇଥାଏ। ଏହି ଦିନରେ ଯଦି ଆପଣ ଗୋଟେ ଛୋଟ କାମ କରିଦିଅନ୍ତି ତେବେ ଚାକିରି,ବେପାର, ବିବାହ, ଧନ, ବେରୋଜଗାରୀ ଆଦି ସମସ୍ୟାର ସମାଧାନ ହେବାରେ ଲାଗିଥାଏ। କାରଣ ଏହି ଶନିଚରୀ ଅମାବାସ୍ୟାରେ ପିତ୍ରୁ ମୋକ୍ଷ ଅମାବାସ୍ୟା ହେବା କାରଣରୁ ଏହି ଦିନରେ ଯେଉଁ ବି ଉପାୟ କରାଯାଏ ତାହା ନିଶ୍ଚୟ ସଫଳ ହେବ। ଜାଣନ୍ତୁ ଏହି ଦିନରେ କେଉଁ ଉପାୟ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ସକାଳୁ ଏମିତି କରନ୍ତୁ ଶନି ପୂଜା

shani-devଶନି ଅମାବାସ୍ୟା ଦିନ ଶନି ଦେବଙ୍କ ପୂଜା ପ୍ରଦୋଷ କାଳ କିମ୍ବା ରାତିରେ କରାଯାଏ। ଯଦି ଏହି ଦିନରେ ଆପଣ ବ୍ରତ ରଖନ୍ତି ତେବେ ଅନେକ ଲାଭ ହୋଇଥାଏ। ଏହି ଦିନରେ ଓସ୍ଥ ଗଛ ତଳେ ସୋରିଷ ତେଲରେ ଦୀପ ଜଳାନ୍ତୁ। ଦୀପ ଜଳାଇବା ପରେ ଶ୍ରୀଶନି ଚାଳିଶା ପାଠ ତିନି ଥର କରନ୍ତୁ। ଜାଣନ୍ତୁ ଏହି ଦିନରେ କଣ କରିବେ।

-ଶନି ଅମାବାସ୍ୟା ଦିନ ସୂର୍ଯ୍ୟସ୍ଥ ସମୟରେ  ଓସ୍ଥ ଗଛ ତଳେ ସୋରିଷ ତେଲରେ ଦୀପ ଜଳାନ୍ତୁ।

-ଏକ କଳା ସୂତାକୁ ଓସ୍ଥ ଗଛ ଡାଳରେ ତିନିଟି ଗଣ୍ଠି ପକେଇ ବାନ୍ଧି ଦିଅନ୍ତୁ। ଏମିତି କଲେ ଏକା ସାଥିରେ ଅନେକ ସମସ୍ୟାର ସମାଧାନ ହୋଇଯାଇଥାଏ।

-ଏହି ଦିନ ନିଜ ପୂର୍ବଜଙ୍କ ପାଇଁ  ଦ୍ୱିପହରରେ ଶ୍ରାଦ୍ଧ କର୍ମ କରନ୍ତୁ ଏବଂ ସୂଯ୍ୟାସ୍ଥ ପରେ ତୁଳସୀ ଗଛରେ ଏବଂ ଓସ୍ଥ ଗଛରେ ଦୀପ ନିଶ୍ଚୟ ଜଳାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.