Below header

ବଢିଲା ଗ୍ରାମୀଣ ଡାକ ସେବକ ନିଯୁକ୍ତି ଆବେଦନ ତାରିଖ, ଏବେ ୭ ମଇ ପର୍ଯ୍ୟନ୍ତ କରିପାରିବେ ଅନଲାଇନ ଆବେଦନ

ଭାରତୀୟ ଡାକ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଉତ୍ତର ପ୍ରଦେଶ ପୋଷ୍ଟାଲ ସର୍କଲରେ ଗ୍ରାମୀଣ ଡାକ ସେବକ ପଦବୀରେ ଭର୍ତ୍ତି କରିବାର ଆବେଦନ ତାରିଖକୁ ବଢାଇଦିଆଯାଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଖାଲିଥିବା ପଦବୀ ପାଇଁ ୭ ମଇ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏହା ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ୨୨ ଏପ୍ରିଲ ରହିଥିଲା କିନ୍ତୁ କରୋନା ଭାଇରସ ଯୋଗୁଁ ଏହାର ତାରିଖକୁ ୭ ମଇ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ପଦବୀ ସଂଖ୍ୟା -୩୯୫୧

ପଦବୀ ବିବରଣୀ :

ଶାଖା ପୋଷ୍ଟ ମାଷ୍ଟର

ସହାୟକ ଶାଖା ପୋଷ୍ଟ ମାଷ୍ଟର

ଡାକ ସେବକ

post

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଭର୍ତ୍ତି ହେବା ପାଇଁ ଯୋଗ୍ୟ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ଏହାସହିତ ସ୍ଥାନୀୟ ଭାଷା ମଧ୍‍ୟ ଜାଣିଥିବା ଆବଶ୍ୟକ ।

ବୟସ ସୀମା : ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ଅଧିକ ଏବଂ ସର୍ବଧିକ ୪୦ ବର୍ଷରୁ କମ୍‍ ହୋଇଥିବା ଆବଶ୍ୟକ ।
କେବଳ ଅନଲାଇନ ମାଧ୍ୟମରେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଅନ୍ୟ କୌଣସି ମାଧ୍ୟମରେ ଆବେଦନପତ୍ରକୁ ଗ୍ରହଣ କରାଯିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.