Below header

ଆସିଲା ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ଆଉ ୫ କରୋନା ସଂକ୍ରମିତଙ୍କ ତଥ୍ୟ, ସମସ୍ତେ ପୂର୍ବ ଆକ୍ରାନ୍ତଙ୍କ ସଂପର୍କୀୟ

ବାଲେଶ୍ୱର: ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ଆଉ ୫ କରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଛି । ଏହି ୫ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଅନ୍ୟ ଜଣେ ୧୨ ବର୍ଷର ନାବାଳକ । ସମସ୍ତ ଆକ୍ରାନ୍ତଙ୍କ ବୟସ ୧୨ରୁ ୩୮ ବର୍ଷ । ଦୁଇ ମହିଳାଙ୍କ ବୟସ ୩୪ ବର୍ଷ । ସେହିପରି ଦୁଇ ପୁରୁଷଙ୍କ ବୟସ ୩୮ ଓ ୨୬ ବର୍ଷ । ଏହି ସମସ୍ତ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂପର୍କୀୟ ।

balasoreସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ଏବେ ରାଜ୍ୟରେ ଆକ୍ଟିଭ କେସ୍‌ ୫୩ ଥିବା ବେଳେ ୨୫ ଜଣ ଆରୋଗ୍ୟ ହୋଇଛନ୍ତି । କରୋନା ଯୋଗୁ ଜଣଙ୍କର ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧ ହଜାର ୭୪୮ ସାମ୍ପଲ ଟେଷ୍ଟ ହୋଇଛି । ସେହିପରି ୪ ହଜାର ୮୬୧ ରାପିଡ ଆଣ୍ଟିବଡି ଟେଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.