ଦେଶବାସୀଙ୍କ ପାଇଁ ଖୁସି ଖବର, ଭାରତରେ ପ୍ରଥମ ଥର ପାଇଁ କରୋନା ଚିକିତ୍ସାରେ ସଫଳ ହେଲା ପ୍ଲାଜ୍ମା ପରୀକ୍ଷଣ

ଭାରତରେ କରୋନା ଭାଇରସର ପ୍ରଥମ ପ୍ଲାଜମା ପରୀକ୍ଷଣ ସଫଳ ରହିଛି । ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲର ଭର୍ତ୍ତି ହୋଇଥିବା ଜଣେ ୪୯ ବର୍ଷୀୟ ରୋଗୀଙ୍କ ଶରୀରରେ ଏହି ପ୍ଲାଜମା ଟେକନିକ ବ୍ୟବହାର କରାଯାଇଥିଲା । ସୋମବାର ତାଙ୍କ ଠାରୁ ଭେଣ୍ଟିଲେଟର କଢ଼ାଯାଇଥିଲେ ମଧ୍ୟ ତାଙ୍କ ସ୍ଥିତି ପୂର୍ବାପେକ୍ଷା ସ୍ଥିର ରହିଥିବା ଜଣା ଯାଇଛି । ସୂଚନା ମୁତାବକ, ଗୋଟିଏ ପରିବାରର ଅନେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯେଉଁ ମାନଙ୍କ ଭିତରୁ ଦୁଇ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ, ଏହି ନିକଟରେ ହିଁ ଏହି ହସ୍ପିଟାଲ ପ୍ଲାଜ୍ମା ଟେକନିକର ପରୀକ୍ଷଣ କରିଥିଲା ।

coronavirus vaccine: A 100-yr-old vaccine is being tested against ...

ଏହି ଟେକନିକରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କ ରକ୍ତକୁ ଆକ୍ରାନ୍ତଙ୍କ ଠାରେ ଚଢା ଯାଇଥାଏ | ବିଶେଷଜ୍ଞଙ୍କ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ରକ୍ତରୁ ସର୍ବାଧିକ ୮୦୦ ମିଲିଲିଟର ପ୍ଲାଜ୍ମା ସଂଗ୍ରହ କରାଯାଇପାରିବ । ପରେ କରୋନା ରୋଗୀଙ୍କ ଶରୀରରେ ଆଣ୍ଟି ବଡ଼ିଜ ଚଢ଼ାଇବା ପାଇଁ ୨୦୦ ମିଲିଲିଟର ପ୍ଲାଜ୍ମା ଚଢ଼ା ଯାଇଥାଏ । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ସଂସ୍ଥାନର ବରିଷ୍ଠ ବୈଜ୍ଞାନିକ ଡଃ. ରମଣ ଆର ଗଙ୍ଗଖେଡ଼କରଙ୍କ ଅନୁଯାୟୀ, ଦେଶର ୮୦ ପ୍ରତିଶତ ରୋଗୀଙ୍କ ଠାରେ କୌଣସି କରୋନା ଲକ୍ଷଣ ଦେଖା ଯାଇନାହିଁ । ଯେବେକି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରବକ୍ତା ଲବ ଅଗ୍ରୱାଲ ଭିନ୍ନ ମତ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.