Below header

ପୁଣି ସାଧାରଣ ଜନତାଙ୍କୁ ଝଟକା ! ମହଙ୍ଗା ହେଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଜାଣନ୍ତୁ କେତେ ରହିଛି ନୂଆ ଦର

ମହଙ୍ଗା ହେଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର। ପେଟ୍ରୋଲ ଦର ୮୪ ଟଙ୍କା ପାର କରିଥିବାବେଳେ ଏବେ ପୁଣି ଚିନ୍ତା ବଢ଼ାଇଲା ସିଲିଣ୍ଡର ଦାମ୍‌। ତୈଳ କମ୍ପାନୀ ପ୍ରତି ମାସ ଏଲପିଜି ସିଲିଣ୍ଡର ଦାମର ସମୀକ୍ଷା କରନ୍ତି। ପ୍ରତ୍ୟେକ ରାଜ୍ୟର ଟ୍ୟାକ୍ସ ଅଲଗା ଅଲଗା ହୋଇଥାଏ। ଏଥିପାଇଁ ପ୍ରତି ରାଜ୍ୟର ଏଲପିଜି ଦାମ୍‌ ମଧ୍ୟରେ ପାର୍ଥକ୍ୟ ରହିଛି। ଦେଶର ତୈଳ ମାର୍କେଟିଙ୍ଗ୍‌ କମ୍ପାନୀ ୧୪.୨ କିଲୋଗ୍ରାମର ବିନା ସବସିଡିଯୁକ୍ତ ଏଲପିଜି ରୋଷେଇ ଗ୍ୟାସ ସିଲିଣ୍ଡରର ଦାମରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି  । ସେହିପରି ପାଞ୍ଚ କିଲୋଗ୍ରାମ ଛୋଟ ସିଲିଣ୍ଡରର ଦାମ୍‌ ୧୮ ଟଙ୍କା ବଢ଼ିଛି। ଏହାବ୍ୟତୀତ ୧୯ କିଲୋଗ୍ରାମ ସିଲିଣ୍ଡରରେ ୩୬ ଟଙ୍କା ୫୦ ପଇସା ମହଙ୍ଗା ହୋଇଛି।

ଆଇଓସିଏଲ ୱେବସାଇଟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିନା ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଏବେ ୬୪୪ ଟଙ୍କା ହୋଇଯାଇଛି। ସେହିପରି ୧୯ କିଲୋଗ୍ରାମର କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମରେ ମଧ୍ୟ ବୃଦ୍ଧି ଘଟିଛି। ଦେଶର ରାଜଧାନୀ ଦିଲ୍ଲୀରେ ଏହା ୧୨୯୬ ଟଙ୍କା ହୋଇଛି।

lpgସରକାର ଦେଉଛନ୍ତି ଗ୍ୟାସ୍‌ ସିଲିଣ୍ଡର ଉପରେ ସବସିଡି

ଗ୍ରାହକଙ୍କୁ ସରକାର ବର୍ଷକୁ ୧୪.୨ କିଲୋଗ୍ରାମ ଗ୍ୟାସରେ ୧୨ଟି ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରୁଛନ୍ତି। ଯଦି ଗ୍ରାହକ ଏହା ଠାରୁ ଅଧିକ ଗ୍ୟାସ୍‌ ନେବାକୁ ଚାହାଁନ୍ତି ତାହେଲେ ସେମାନଙ୍କୁ ବଜାର ମୂଲ୍ୟରେ କିଣିବାକୁ ହେବ। ଗ୍ୟାସ୍‌ ସିଲିଣ୍ଡର ଦାମ ପ୍ରତି ମାସ ବଦଳିଥାଏ।

ଏପରି ଚେକ କରନ୍ତୁ ଏଲପିଜି ଦାମ୍‌

ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଚେକ୍‌ କରିବା ପାଇଁ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ହେବ। ଏଠାରେ କମ୍ପାନୀ ପ୍ରତି ମାସ ନୂଆ ରେଟ ଜାରୀ କରିଥାଏ। ଲିଙ୍କରେ ଆପଣ ନିଜ ସହରର ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଚେକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.