Below header

ସଁ ସଁ ଶବ୍ଦ ଶୁଣିଲେ ଲୋକେ, ମହାନଦୀ ପଠାରୁ ଉଦ୍ଧାର ହେଲା ଏତେ ବଡ଼ ଅଜଗର ସାପ

ସାଲେପୁର (କେ ନ୍ୟୁଜ୍‌) : ଛଅ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ସାପଟିକୁ କଟକ ଜିଲ୍ଲା ସାଲେପୁର ଆତୋଡା ଅଞ୍ଚଳ ମହାନଦୀ ପଠାରୁ ଉଦ୍ଧାର କରାଯାଇଛି। ମହାନଦୀ ପଠାରେ ସ୍ଥାନୀୟ ଲୋକମାନେ ଚଳପ୍ରଚଳ ହେଉଥିବା ବେଳେ ସଁ ସଁ ଶବ୍ଦ ଶୁଣି ଖୋଜାଖୋଜି କରିଥଲେ। ସାପଟି ଏକ ଗାତ ଭିତରେ ରହି ଶବ୍ଦ କରୁଥିବା ଦେଖିବାକୁ ମିଳିଥିଲା । ତେଣୁ ଲୋକେ ସ୍ନେକ୍ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ।

ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ଏହି ବଡ଼ ସାପଟିକୁ ଉଦ୍ଧାର କରି ନନ୍ଦନକାନନରେ ଛାଡି ଥିଲେ। ସାଲେପୁର ଅଞ୍ଚଳରେ ଏପରି ଅଜଗର ସାପ ପ୍ରଥମ ଥର ଉଦ୍ଧାର କରାଯାଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.