Below header

ଆଜି ସଂକ୍ରାନ୍ତିରେ ବନାନ୍ତୁ କରନ୍ତୁ ଧନୁ ମୁଆଁ, ମାତ୍ର କେଇ ମିନିଟରେ ହେବ ପ୍ରସ୍ତୁତ

ଆଜି ଧନୁ ସଂକ୍ରାନ୍ତି। ଆଜି ଖାସ୍‌ କରି ଦେବାଦେବୀଙ୍କ ପାଖରେ ମୁଆଁ ଭୋଗ ଲାଗି କରାଯାଏ। ଧନୁ ସଂକ୍ରାନ୍ତିରେ ଘରେ ଧନୁ ମୁଆଁ ପ୍ରସ୍ତୁତ କରାଯାଏ। ଆଜି ସଂକ୍ରାନ୍ତିରେ ପ୍ରସ୍ତୁତ କରନ୍ତୁ ଧନୁ ମୁଆଁ। ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଖଇ – ୪ କପ୍‌
  • ଗୁଡ଼/ଚିନି – ୨ କପ୍‌
  • ଜୁଆଣୀ – ୧/୪ ଚାମଚ
  • ଭଜା କାଜୁ – ୨ ଟେବୁଲ ଚାମଚ
  • ଭଜା ବାଦାମ୍‌ – ୩ ଟେବୁଲ ଚାମଚ
  • କଟା ନଡ଼ିଆ – ୧/୨ କପ୍‌
  • ଘିଅ – ୨ ଚାମଚ
  • ପାଣି – ୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଘିଅକୁ ଗରମ କରନ୍ତୁ। ସେଥିରେ କଟା ନଡ଼ିଆ ପକାଇ ଭାଜି ଦିଅନ୍ତୁ। ନଡ଼ିଆ ଅଳ୍ପ ଭାଜିହେଲାପରେ ସେଥିରେ କାଜୁ ପକାଇ ଦିଅନ୍ତୁ। ଏହାକୁ ଭାଜି କାଜୁ ଏବଂ ନଡ଼ିଆକୁ କାଢ଼ି ଦିଅନ୍ତୁ। ଏବେ ସେଥିରେ ଗୁଡ଼ ପକାଇ ୨ ଚାମଚ ପାଣି ଦିଅନ୍ତୁ। ଏହି ସମୟରେ ଗ୍ୟାସର ଫ୍ଲେମକୁ ଏକଦମ୍‌ ଲୋ କରିଦିଅନ୍ତୁ। ଗୁଡ଼କୁ ଲଗାତର ଚଲାଇ ଦିଅନ୍ତୁ। ଗୁଡ଼ରେ ଫେଣ ବାହାରିବାକୁ ଅପେକ୍ଷା କରନ୍ତୁ। ଗୁଡ଼ ବହଳିଆ ହେବା ଭିତରେ ସେଥିରେ ଜୁଆଣି ପକାଇ ଦିଅନ୍ତୁ। ଏହାପରେ ଏଥିରେ ଭାଜି ରଖିଥିବା କାଜୁ ନଡ଼ିଆକୁ ପକାଇ ଦିଅନ୍ତୁ। ଗୁଡ଼ ବହଳିଆ ହୋଇଗଲେ ସେଥିରେ ବାଦାମ୍‌ ଏବଂ ଖଇକୁ ପକାଇ ଦିଅନ୍ତୁ।

ମନେ ରଖନ୍ତୁ ଗୁଡ଼ ପକାଇଲାବେଳେ ଯେମିତି ଗ୍ୟାସର ଫ୍ଲେମକୁ ଧୀମା ରଖିବେ। ଏହାପରେ ଖଇକୁ ଗୋଳାଇ ଦିଅନ୍ତୁ। ଧ୍ୟାନ ରଖନ୍ତୁ ଖଇ ଯେପରି ନରମ ନହୁଏ। ଏହାକୁ ଗରମ ଗରମ ହିଁ ମୁଆଁର ଆକାର ଦିଅନ୍ତୁ। କାହିଁକିନା ଥଣ୍ଡା ହେଲା ପରେ ଏହା ଭଲଭାବେ ସେପ୍‌ ଧରିବନି। ଧ୍ୟାନରେ ରଖନ୍ତୁ ମୁଆଁ ବନାଇବାବେଳେ ହାତରେ ଟିକେ ଘିଅ ଲଗାଇ ଦିଅନ୍ତୁ। ଏହାକୁ ଗୋଲ ଗୋଲ ଆକାର କିମ୍ବା ଆପଣଙ୍କ ପସନ୍ଦର ସେପ୍‌ ଦେଇ ଗୋଟେ ଘଣ୍ଟା ସେଟ୍‌ ହେବା ପାଇଁ ଛାଡ଼ି ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଧନୁ ସଂକ୍ରାନ୍ତି ସ୍ପେଶାଲ ମୁଆଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.