ମାସ ଆରମ୍ଭରୁ ଖାଉଟିଙ୍କୁ ଆଶ୍ୱସ୍ତି : ୧୦୦ ଟଙ୍କା ଯାଏଁ ଶସ୍ତା ହେଲା ଏଲପିଜି ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ରେଟ୍

ନୂଆଦିଲ୍ଲୀ : ଦେଶରେ ମୁଦ୍ରାସ୍ଫୀତି ସମୟରେ ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଏକ ବଡ଼ ଆଶ୍ଵସ୍ତି । ଆଜିଠୁ ଗ୍ୟାସ୍ ସିଲିଣ୍ଡରର ଦାମ୍ ହ୍ରାସ ପାଇଛି । ଏଲପିଜି ସିଲିଣ୍ଡରର ଦାମ୍ ୧୦୦ ଟଙ୍କା ଯାଏଁ କମିଛି । ତେବେ କେବେଳ ବାଣିଜ୍ୟିକ ସିଲିଣ୍ଡରର ଦାମ୍ ହ୍ରାସ ହୋଇଛି । କିନ୍ତୁ ୧୪.୨ କେଜିର ଘରୋଇ ସିଲିଣ୍ଡର ପୂର୍ବ ଦାମରେ ମିଳିବ।

ଇଣ୍ଡିଆନ୍ ଅଏଲ୍ ଦ୍ୱାରା ଏଲପିଜିର ନୂଆ ହାର ଆଜି ଅର୍ଥାତ୍ ୧ ସେପ୍ଟେମ୍ବରରେ ପ୍ରକାଶ ପାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ସିଲିଣ୍ଡର ୯୧.୫୦ ଟଙ୍କା, କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହେବ । ଏହି ହ୍ରାସ ଦିଲ୍ଲୀରୁ ପାଟନା, ଜୟପୁରରୁ ଡିସପୁର, ଲଦାଖରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ହୋଇଛିି ।

ସେହିପରି ଦିଲ୍ଲୀରେ ଆଜିଠୁ ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍ ୧୯୭୬.୫୦ ଟଙ୍କା ବଦଳରେ ୧୮୮୫ ଟଙ୍କା, କୋଲକାତାରେ ୧୯୯୫.୫୦ ଟଙ୍କା, ମୁମ୍ବାଇରେ ୧୮୪୪ ଟଙ୍କା ହୋଇଯାଇଛି ଏବଂ ଏବଂ ଚେନ୍ନାଇରେ ୨୦୪୫ ଟଙ୍କାକୁ ଖସି ଆସିଛି ।

ଏହି ପରିବର୍ତ୍ତନ କେବଳ କମର୍ସିଆଲ ସିଲିଣ୍ଡରରେ ହୋଇଛି । ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ୬ ଜୁଲାଇର ହାରରେ ଉପଲବ୍ଧ । ତେବେ ଜୁଲାଇ ୬ ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.