ଆମେରିକା ଯୋଗୁ ସୁନା, ରୂପା ମୂଲ୍ୟରେ ହେଲା ବଡ଼ ପରିବର୍ତ୍ତନ, ଫଟାଫଟ୍‌ ଚେକ୍‌ କରନ୍ତୁ ନୂଆ ରେଟ୍‌

ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧ ହାରରେ କୌଣସି ପରିବର୍ତ୍ତନ ନ କରିବାରୁ ସୁନା ଏବଂ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି। ଗତ ୫ ଦିନ ହେବ ସୁନା ଦାମ୍‌ରେ ଲାଗିରହିଥିବା ହ୍ରାସ ପ୍ରକ୍ରିୟା ଗୁରୁବାର ବନ୍ଦ ହୋଇଯାଇଛି। ଦିଲ୍ଲୀର ସରାର୍ଫା ବଜାରରେ ୯୯.୯ ପ୍ରତିଶତ ଶୁଦ୍ଧତା ଥିବା ୧୦ ଗ୍ରାମ୍‌ ସୁନା ମୂଲ୍ୟରେ ୭୧ ଟଙ୍କା ପଯ୍ୟର୍ନ୍ତ ବୃଦ୍ଧି ଘଟିଛି। ଏଭଳି ସ୍ଥଳେ ରୂପା ଦାମ୍‌ରେ ମଧ୍ୟ ବୃଦ୍ଧି ଘଟିଛି। ୧ କିଲୋଗ୍ରାମ ରୂପା ମୂଲ୍ୟ ୩୫୯ ଟଙ୍କା ମହଙ୍ଗା ହୋଇଯାଇଛି।

ଏକ୍ସପର୍ଟଙ୍କ କହିବା ମୁତାବକ, ଆମେରିକାରେ ସୁଧ ହାର ହ୍ରାସ ନ ପାଇବାରୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସୁନା ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। କିନ୍ତୁ ଟଙ୍କା ବଳ ସୁନାର ମୂଲ୍ୟ ବୃଦ୍ଧିକୁ ରୋକିଛି।

gold1

ସୁନାର ନୂଆ ମୂଲ୍ୟ

ଗୁରୁବାର ଦିଲ୍ଲୀ ସରାର୍ଫା ବଜାରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୩୮,୫୬୪ ଟଙ୍କା ପ୍ରତି ୧୦ ଗ୍ରାମ ପହଞ୍ଚଯାଇଛି। ଏହାପୂର୍ବରୁ ଏଠାରେ ୯୯.୯ ପ୍ରତିଶତ ଶୁଦ୍ଧତା ଥିବା ପ୍ରତି ୧୦ ଗ୍ରାମ ସୁନା ଦାମ୍‌ରେ ୭୩ ଟଙ୍କା ହ୍ରାସ ପାଇ ମୂଲ୍ୟ ୩୮,୪୮୬ ଟଙ୍କା ଥିଲା।

ମଙ୍ଗଳବାର ଦିଲ୍ଲୀ ସରର୍ଫା ବଜାରରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୩୮,୫୫୫ ଟଙ୍କାରୁ କମି ୩୮,୪୬୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା। ସେପଟେ ବୁଧବାର ୧ କିଲୋଗ୍ରାମ ରୂପା ଦାମ୍‌ ୪୪,୬୨୫ ଟଙ୍କା ବୃଦ୍ଧି ପାଇ ୪୪,୯୮୪ ଟଙ୍କା ପହଞ୍ଚିଯାଇଛି। ବର୍ତ୍ତମାନ ରୂପା ୩୫୯ ଟଙ୍କା ମହଙ୍ଗା ହୋଇଛି।

gold4

HDFC ସିକ୍ୟୁରିଟିର ସିନିୟର ଏନାଲିଷ୍ଟ ତପନ ପଟେଲଙ୍କ କହିବା ମୁତାବକ, ଏବେ ସମସ୍ତଙ୍କ ନଜର ୧୫ ଡିସେମ୍ବର ଡେଡ୍‌ଲାଇନ୍‌ ଉପରେ ରହିଛି। ଯଦି ଟ୍ରେଡ୍‌ ବାର୍‌ ଡିଲ୍‌ ଉପରେ ସହମତି ବନିଯାଏ, ତା’ହେଲେ ସୁନା ମୂଲ୍ୟ ହ୍ରାସ ପାଇବ। ନ ହେଲେ, ସୁନା ମୂଲ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି।

ତେବେ ଦୁନିଆର ବଡ଼ ବ୍ରୋକ୍‌ରେଜ ହାଉସ୍‌ ଗୋଲ୍ଡମ୍ୟାନ୍‌ ସାଚ୍‌ସ ଆସନ୍ତା ବର୍ଷ ବି ସୁନା ଦର ଉପରେ ରହିବାର ଅନୁମାନ କରିଛି। ଗୋଲ୍ଡମ୍ୟାନ୍‌ ସାଚ୍‌ସ ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନା ଦର ପ୍ରତି ଆଉନ୍‌ସ ୧୬୦୦ ଡଲାର ପଯ୍ୟର୍ନ୍ତ ପହଞ୍ଚିବାର ଅନୁମାନ ଲଗାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.