Below header

ଛୋଟ ପରିବାର ପାଇଁ Maruti କମ୍ପାନୀ ଲଞ୍ଚ କଲା ନୂଆ ଗାଡି, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ ?

ମାରୁତି ସୁଜୁକି ଇଣ୍ଡିଆ କମ୍ପାନୀ ନିଜ ମଡେଲ Maruti Suzuki Ignis 2020  ଗାଡିକୁ ନିକଟରେ ଅନୁଷ୍ଠିତ ହୋଇଥିବା ଅଟୋ ଏକ୍ସପୋ ୨୦୨୦ରେ ଲଂଚ କରିଥିଲା । କମ୍ପାନୀ ନିଜ ଏହି ଗାଡିର ଫିଚର୍ସ ଗୁଡିକ ବିଷୟରେ ସର୍ବସାଧାରଣରେ ପ୍ରକାଶ କରିଛି । ମାରୁତିର ଏହି ଗାଡିକୁ ଯଦି ନିକଟରୁ ଦେଖିବେ ତେବେ ଆପଣଙ୍କୁ ଠିକ ଏସୟୁବି ଗାଡି ପରି ନଜର ଆସିବ । ଆଉ ମଧ୍ୟ ଜଣାଯାଇଛିକି ଏହି ଗାଡିର ରିୟର ଖୁବ ଚୌଡା । ତେବେ ଆଜି ଆମେ ଆପଣଙ୍କୁ Maruti Suzuki Ignis 2020ର ସମସ୍ତ ଫିଚର୍ସ ଓ ଦର ବିଷୟରେ କହିବାକୁ ଯାଉଛୁ ।

– ମାରୁତି କମ୍ପାନୀର ଏହି ଗାଡ଼ିରେ ୨୬୦ ଲିଟରର ବୁଟ ସ୍ପେସ ସୁବିଧା ମିଳିଥାଏ । ଯେଉଁଥିରେ ସମୁଦାୟ ୫ ଜଣ ବସି ସୁବିଧାରେ ଯିବା ଆସିବା କରିପାରିବେ ।

ignis maruti

– ମାରୁତି ସୁଜୁକିର ଏହି ଗାଡିର କବର ଓଜନ ୮୨୫ ରୁ ଆରମ୍ଭ କରି ୮୭୦ କିଲୋଗ୍ରାମ ଭିତରେ ଅଛି । ଯାହା ଦ୍ୱାରା ୩୨ ଲିଟରର ଫୁଏଲ ଟ୍ୟାଙ୍କ ସୁବିଧା ମିଳିପାରିବ ।

– ଭାରତୀୟ ବଜାରରେ ଏହି ଗାଡି ଚାରି ଚାରିଟି ପାୱାର ଟ୍ରିମରେ ଉପଲବ୍ଧ ହେଉଛି । ଯାହା ମଧ୍ୟରେ ସିଂଗମା, ଡେ଼ଲ୍ଟା , ଜେଟା, ଆଲଫା ଆଦି ରହିଛି ।

– ଆଉ ସବୁଠୁ ଜରୁରୀ କଥା ହେଉଛି ମାରୁତିର ଏହି ଗାଡ଼ିରେ ଆପଣଙ୍କୁ ବିଏସ-୬ କାମ୍ପାଲାଇଟ ୧.୨ ଲିଟର, ଭିଭିଟି ପେଟ୍ରୋଲ ଇଂଜିନ ବି ମିଳିପାରିବ । ଯାହାର ଇଂଜିନ ୮୩ ଏଚପି ଓ ୧୧୩ ଏନଏମ ଟ୍ରକ ଜେନେରେଟ କରିଥାଏ । ଆଉ ମଧ୍ୟ ଏଥିରେ ୟୁଜର ମାନଙ୍କୁ ୫ -ସ୍ପିଡ଼ ମାନୁଆଲ ଗିଆରବକ୍ସ ସମେତ ୫-ସ୍ପିଡ଼ ଇଜିଏସର ଅପ୍ସନ ବି ମିଳିପାରିବ ।

ignis maruti

– ମାରୁତି ସୁଜୁକିର ଏହି ଗାଡିର ଲମ୍ବ ୩୭୦୦ ମିଲିମିଟର ଥିବା ବେଳେ ଚୌଡା ୧୬୯୦ ମିଲିମିଟର ।  ଏହାର ଉଚ୍ଚତା ୧୫୯୫ ମିଲିମିଟର ।

– କିନ୍ତୁ ଇଂନିସ ୨୦୨୦ର ଡିଜାଇନ ଓ ଈଂଟରିୟର ଲେଆଉଟ ସମ୍ପୂର୍ଣ ରୂପେ ପୁରୁଣା ମଡେଲ ସଦୃଶ । ଆଉ ମଧ୍ୟ ଏଥିରେ ଗ୍ରାହକଙ୍କୁ ୭ ଇଞ୍ଚର ଟଚ ସ୍କ୍ରିନ ସମେତ ମାରୁତିରେ ନୂଆ ସ୍ମାର୍ଟପ୍ଲେ ସ୍ଟୁଡ଼ିଓ ଇନ୍ଫୋଟେନମେଣ୍ଟ ସିଷ୍ଟମର ସୁବିଧା ବି ମିଳିବ ।

– ଅନ୍ୟ ପକ୍ଷରେ ଏହାର ସମସ୍ତ ଭେରିୟାଣ୍ଟ ଦର ୪.୮୯ ଲକ୍ଷରୁ ଆରମ୍ଭ ହୋଇ ୭.୨୦ ଲକ୍ଷ ଭିତରେ ହିଁ ରହିଛି ।

– ଭାରତୀୟ ବଜାରରେ Maruti Suzuki Ignis 2020 ସମୁଦାୟ ୬ ଟି କଲରରେ ଉପଲବ୍ଧ ହେବ । ସିଙ୍ଗଲ କଲର ପାଇଁ ଆପଣଙ୍କୁ ଏହି ମୂଲ୍ୟ ଦେବାକୁ ପଡୁଥିବା ବେଳେ ଡବଲ କଲର ଭେରିୟାଣ୍ଟ ପାଇଁ ଅଧିକ ୧୩,୦୦୦ ଟଙ୍କା ଦେବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.