ଫ୍ୟାନ୍‌ଙ୍କୁ ପସନ୍ଦ ଆସିଲାନି କିଆରାଙ୍କ ଟପ୍‌ଲେସ୍‌ ଫଟୋ, ଫୁଙ୍ଗୁଳା ଫଟୋକୁ ଦେଲେ ଏମିତି ଲୁକ୍‌

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କିଆରା ନିକଟରେ କରାଇଥିବା ଟପ୍‌ଲେସ୍‌ ଫଟୋସୁଟ୍‌କୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଫଟୋଗ୍ରାଫର ଡବୁ ରତ୍ନାନୀଙ୍କ ପାଇଁ ସେ ଏହି ବୋଲ୍ଡ ଫଟୋସୁଟ୍‌ କରିଥିଲେ। କିଆରାଙ୍କ ଏହି ବୋଲ୍ଡ ଅନ୍ଦାଜକୁ କିଛି ଫ୍ୟାନ୍‌ ପସନ୍ଦ କରୁଥିବା ବେଳେ ଆଉ କିଛି ଏହାର ମଜାକ୍‌ ମଧ୍ୟ ଉଡ଼ାଇଛନ୍ତି।

କିଆରା ଏହି ଫଟୋରେ ଟପ୍‌ଲେସ୍‌ ଥିବା ବେଳେ ଏକ ବଡ଼ ପତ୍ରରେ ଶରୀରକୁ ଢାଙ୍କି ଥିବା ଦେଖାଯାଇଛି। ଏହି ଫଟୋରେ କିଆରା ଖୁବ୍‌ ସୁନ୍ଦର ଲାଗୁଛନ୍ତି। ତେବେ କିଆରାଙ୍କ ଏହି ଫଟୋକୁ କିଛି ୟୁଜର ଟ୍ରୋଲ୍‌ ମଧ୍ୟ କରିଛନ୍ତି। ସେମାନେ ଫଟୋକୁ ନେଇ ବିଭିନ୍ନ ମିମ୍ସ ବନାଇଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ମିମ୍ସ:

ଜଣେ ୟୁଜର କିଆରାଙ୍କ ଫଟୋକୁ ବଦଳାଇ ତାଙ୍କୁ ଇଣ୍ଡିଆନ ଶାଢ଼ି ପିନ୍ଧାଇଥିବା ଦେଖିବାକୁ ମିଳିଛି। ସେହିପରି ଆଉ ଏକ ଫଟୋରେ ତାଙ୍କ ଫଟୋ ସହ ଶାହିଦ କପୁରଙ୍କ ଫଟୋ ଯୋଡ଼ାଯାଇଛି। ଆଉ ଏକ ଫଟୋରେ କିଆରାଙ୍କ ପତ୍ର ଉପରେ ବିଭିନ୍ନ ଦକ୍ଷିଣ ଭାରତୀୟ ଖାଦ୍ୟ ରଖାଯାଇଛି।

ସୂଚନାଯୋଗ୍ୟ ଯେ କବୀର ସିଂହ ଫିଲ୍ମ ପରେ ବଲିଉଡ୍‌ରେ କିଆରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହି ଫିଲ୍ମରେ ଦମ୍‌ଦାର ଆକ୍ଟିଂ କରିବା ପରେ କିଆରା ଗୁଡ ନ୍ୟୁଜ୍‌ରେ ନଜର ଆସିଥିଲେ। ଆଗକୁ ତାଙ୍କୁ ଇନ୍ଦୁ କି ଜବାନୀ, ଭୁଲ ଭୁଲୈୟା ୨ ଭଳି ବଡ଼ ଫିଲ୍ମରେ ଦେଖିବାକୁ ମିଳିବ।