ମାରୁତି ଲାଞ୍ଚ କଲା Ertigaର ନୂଆ ମଡେଲ, ମାଇଲେଜ ଦେବ ୨୬.୦୮ କିଲୋମିଟର

ଦେଶର ଅନ୍ୟତମ ବରିଷ୍ଠ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି Ertigaର S-CNG ନୂଆ ଭରିୟାଣ୍ଟକୁ ବଜାରରେ ଲଞ୍ଚ କରିଛି ।  ଏହି କାରରେ ଗ୍ରାହକଙ୍କୁ ୨୬.୦୮ କିଲୋମିଟରର ମାଇଲେଜ ମିଳିପାରିବ ।  ଏହି ଗାଡ଼ିରେ ଏକାଠି ୭ ଜଣ ବସି ଯାଇପାରିବେ ।  ଏରଟିଗା ଏସ- ସିଏନଜି ଭେରିୟାଣ୍ଟକୁ ଫ୍ୟାକ୍ଟ୍ରି ଫିଟେଡ଼ ସିଏନଜି ସହିତ ଉପଲବ୍ଧ କରାଇବ ।  କମ୍ପାନୀ ତରଫରୁ ଏହି କାରର ଦର ୮.୯୫ ଲକ୍ଷ ଟଙ୍କା ରଖାଯାଇଛି । ଅନ୍ୟ ପକ୍ଷରେ ଭାରତୀୟ ବଜାରରେ ଏଯାବତ ୫.୨୮ ଲକ୍ଷ ଗ୍ରାହକ କିଣି ସାରିଥିବା କଥା ଜଣାଯାଇଛି ।  ମାରୁତି ସୁଜୁକିର ଏସ- ସିଏନଜି ଭେରିଆଣ୍ଟ ବ୍ୟତୀତ ଅନ୍ୟ କେତେକ ଇଂଜିନ ସହ ମଧ୍ୟ ଉପଲବ୍ଧ ଅଛି ।

ertiga

ଯେବେକି ଏହାର ୧୪୯୮ ସିସି, ଦିଦି ଇସଃ ୨୨୫ ଇଂଜିନ ରେ ୪୦୦୦ ଆପିଏସ ଉପରେ ୯୫ ପିଏସ ମ୍ୟାକ୍ସିମମ ପାୱାର ଓ ୧୫୦୦-୨୫୦୦ ଆପିଏମ ଉପରେ ୨୨୫ ନଂର ପିକଅପ ମିଳିପାରିବ ।  ଲୁକ କଥା କହିଲେ ମାରୁତିର ଏହି ମଡେଲ ବିଲକୁଲ ତାହାର ପୂର୍ବ ରେଗୁଲାର ମଡେଲ ସହ ମେଳ ଖାଉଛି ।  ଏଥିରେ ଆପଣଙ୍କୁ ବିଏସ-୬ ନାର୍ଣ୍ଷ ଇଂଜିନ ମଧ୍ୟ ମିଳିପାରିବ ।  ଆସନ୍ତା ଏପ୍ରିଲ ୧ ତାରିଖରୁ ଭାରତୀୟ ବଜାରରେ ବିଏସ-୬ ଇଂଜିନ ମଡେଲର ବିକ୍ରି ଆରମ୍ଭ ହୋଇଯିବ ।

ଆଉ ସବୁଠୁ ଜରୁରୀ କଥା ହେଉଛି ଏଥିରେ ଉପଭୋକ୍ତା ମାନଙ୍କୁ ଇଣ୍ଟେଲିଜେଣ୍ଟ ଇଲେକ୍ଟ୍ରୋନିକ କଣ୍ଟ୍ରୋଲ ୟୁନିଟସ ସିଷ୍ଟମରୁ କମ ମିଳିପାରିବ ।  ଏଥିରେ ଇଣ୍ଟେଲିଜେଣ୍ଟ ଇଞ୍ଜେକ୍ସନ ସିଷ୍ଟମ ବି ମିଳିଥାଏ ।  ଯେଉଁମାନେ ଅଧିକ ପାୱାର ସହ ଅଧିକ ମାଇଲେଜ ପସନ୍ଦ କରନ୍ତି ସେମାନଙ୍କୁ ଏହି କାର ସୁହାଇବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି ।  ଏହା ଏକ ମଲ୍ଟି ପରପଜ ବିଶିଷ୍ଟ କାର ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.