ତାପସୀଙ୍କୁ ୭ଟି ଚାପୁଡା ମାରିଲେ ପାଭିଲ, ତାପସୀ କହିଲେ ଏଭଳି କଥା

ବଲିଉଡ ଅଭିନେତ୍ରୀ ତାପସୀ ପାନ୍ନୁ ଏବେ ଫିଲ୍ମ ‘ଥପ୍ପଡ’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମ ଘରୋଇ ହିଂସା ଉପରେ ଆଧାରିତ। ଏହି ଫିଲ୍ମରେ ତାପସୀ ଏପରି ମହିଳା ଭୂମିକାରେ ନଜର ଆସୁଛନ୍ତି ଯିଏକି ନିଜ ଲାଇଫରେ ଘରୋଇ ହିଂସାକୁ ବିଲକୁଲ ବରଦାସ୍ତ କରନ୍ତି ନାହିଁ। ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ଯେ, ତାପସୀଙ୍କୁ ଏକ ପାର୍ଟିରେ ତାଙ୍କ ପତି ଏକ ଚାପୁଡା ମାରିଛନ୍ତି। ଯେଉଁଥିପାଇଁ ସେ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଫିଲ୍ମରେ ତାପସୀ ଗୋଟେ ମାତ୍ର ଚାପୁଡା ଖାଉଥିବା ଆପଣ ଦେଖିଥିବା ବେଳେ ରିଅଲ ଲାଇଫରେ କିନ୍ତୁ ୭ ଥର ଚାପୁଡା ଖାଇଛନ୍ତି। ତାପସୀ ନିଜ କ୍ୟାରିଅର ମଧ୍ୟରେ ଏତେ ଚାପୁଡା ଖାଇନଥିବା କହିଛନ୍ତି।

tappad

ତାପସୀ ଏକ ଇଣ୍ଟରଭ୍ୟୁରେ ଏହାର ଖୁଲାସା କରିଛନ୍ତି। ଅଭିନେତା ପାଭିଲ ଗୁଲାଟି ତାପସୀଙ୍କୁ ଚାପୁଡା ମାରିବା ପାଇଁ ଦୁଇଦିନ ପର୍ଯ୍ୟନ୍ତ ସାହାସ ଜୁଟାଇପାରୁନଥିଲେ। ଏହି ସଟ୍‌କୁ ଠିକ୍‌ କରିବା ପାଇଁ ବହୁତ ରିକେଟ୍‌ କରିବାକୁ ପଡିଥିଲା। ଫିଲ୍ମରେ କେବଳ ଗୋଟେ ଚାପୁଡାକୁ ଠିକ୍‌ କରିବା ପାଇଁ ୭ଟି ଚାପୁଡା ଅର୍ଥାତ୍‌ ୭ଟି ରିଟେକ୍‌ କରିବାକୁ ପଡିଥିଲା। ଦର୍ଶକ ଏହି ଫିଲ୍ମଟିକୁ ନିଶ୍ଚୟ ପସନ୍ଦ କରିବେ ବୋଲି ମୋର ଆଶା ରହିଛି ବୋଲି କହନ୍ତି ତାପସୀ। ତାପସୀଙ୍କ ବ୍ୟତୀତ ଏହି ଫିଲ୍ମରେ ପାଭିଲ ଗୁଲାଟି, ରତ୍ନା ପାଠକ ଶାହା,ତନଭି ଆଜମୀ, ଦିୟା ମିର୍ଜା ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.