Below header

ଖୁସି ଖବର, ୨୦ଟଙ୍କାରେ ୧୦୦କିଲୋମିଟର ଚାଲିବ ଏହି ବାଇକ

ମିରଟ ଛାତ୍ରଙ୍କ କମାଲ । ତିଆରି କରିଛନ୍ତି ଏଭଳି ଏକ ବାଇକ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଡିଜାଇନ ଯେମିତି, କମ୍ଫର୍ଟ ବି ଠିକ ସେମିତି। ମିରଟ ର ଛାତ୍ର ବକାର ଆହମ୍ମଦ ବିନା ପେଟ୍ରୋଲ ରେ ଚାଲିବା ଭଳି ଏକ ବାଇକ ତିଆରି କରିଦେଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବାଇକ ଘଣ୍ଟାକୁ ୧୫୦ ସ୍ପୀଡ଼ରେ ଚାଲିପାରେ । ସବୁଠୁ ବଡ଼ କଥା ମାତ୍ର ୨୦ ଟଙ୍କାରେ ୧୦୦ କିଲୋମିଟର ଚାଲିପାରେ ଏହି ବାଇକ। ଆର୍ଥିକ ସଙ୍କଟ ସତ୍ତ୍ୱେ ୭୨ ହଜାର ଖର୍ଚ୍ଚ କରି ବକାର ତିଆରି କରିଦେଇଛନ୍ତି ଏହି ବାଇକ ।

bike modiବକାର ଅଟୋ ମୋବାଇଲ ଇଂଜିନିୟରିଂର ଛାତ୍ର । ପିଲାଟି ଦିନରୁ ତାଙ୍କର ଗାଡି ପ୍ରତି ଦୁର୍ବଳତା ଥିଲା । ସେ ପିଲାଦିନୁ କହୁଥିଲେ ମୁଁ ବଡ଼ ହେଲେ ଗାଡି ବନେଇବି। ଆପଣ ଜାଣି ରଖନ୍ତୁ ଆପଣ ଙ୍କ ପାଖରେ ଥିବା ବାଇକ ରେ ଯେଉଁ ସବୁ ଫିଚର ଅଛି ବକାର ଙ୍କ ବାଇକ ରେ ବି ସେସବୁ ଫିଚର ରହିଛି। ଏହି ବାଇକ କୁ କାର ଓ ମୋଟର ସାଇକେଲ ପାର୍ଟ ରୁ ନିର୍ମାଣ କରାଯାଇଛି । ଏହି ବାଇକ ଇଲେକ୍ଟ୍ରି ଦ୍ୱାରା ଚାଲି ପାରିବ। ଏହା ଥରେ ଚାର୍ଜ ହେଲେ ୧୦୦ କିଲୋମିଟର ଯାଏଁ ୧୫୦ ସ୍ପୀଡ଼ରେ ଯାଇପାରିବ । ଏହି ବାଇକ ପ୍ରଥମେ ପ୍ରଥମେ ସାଉଣ୍ଡ କରିବ କିନ୍ତୁ ୧୦୦କିଲୋମିଟର ଚାଲିଗଲା ପରେ ଏଥିରୁ ସାଉଣ୍ଡ ବାହାରିବ ନାହିଁ । ମାନେ ଏହି ବାଇକ ଇକୋ ଫ୍ରେଣ୍ଡଲି ଅଟେ । ଏହି ବାଇକର ମେଂଟେନସ ଆଦୌ ନାହିଁ।

modi bikeବକାର କୁହନ୍ତି ଆମ ପ୍ରଧାନମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାକୁ ନଜରରେ ରଖି ଏହି ବାଇକ ନିର୍ମାଣ କରାଯାଇଛି । ଏତିକି ନୁହେଁ ବକାର ଏହି ବାଇକର ନା ମୋଦୀ ବାଇକ ରଖିଛନ୍ତି। ଏବେ ତ କେବଳ ଅପେକ୍ଷା ରହିବ ସମସ୍ତଙ୍କୁ କେବେ ଓ କେଉଁଠି ମିଳିପାରିବ ଏହି ଇକୋ ଫ୍ରେଣ୍ଡଲି ମୋଦି ବାଇକ। ବଢୁଥିବା ତେଲ ଦର ସମୟରେ ଯଦି ଏଭଳି ବାଇକ କିଣିବାର ସୁଯୋଗ ମିଳିବ ତେବେ ଭଲ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.