Below header

କଳାହାଣ୍ଡି: ନିର୍ମାଣାଧୀନ କିସ ଶାଖା ପରିଦର୍ଶନ କଲେ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ

କଳାହାଣ୍ଡି(କେ ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଭବାନୀପାଟଣା ନିକଟ ବାତଲି ଗ୍ରାମ ଠାରେ ନିର୍ମଣାଧୀନ କିସ ଶାଖା ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ଶାଖା ପରିଦର୍ଶନ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାର କିସ ଶାଖା ବିଦ୍ୟାଳୟ ପରିଦର୍ଶନରେ ଆସି ବେଶ ଖୁସି ପ୍ରକାଶ କରିଛନ୍ତି ବିଭାଗୀୟ ମନ୍ତ୍ରୀ । କଳାହାଣ୍ଡି ଏକ ଅନୁନ୍ନତ ଜିଲ୍ଲା ହୋଇଥିବାରୁ ଓ ଏଠାକାର ଅଧିକାଂଶ ବାସିନ୍ଦାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ଅଂଚଳର ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଅଧାରୁ ପାଠ ଛାଡିବାକୁ ପଡିଥାଏ ।

କିନ୍ତୁ ଏବେ ଅଞ୍ଚଳରେ କିସ ଶାଖା ବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଏଠାକାର ଗରିବ ଛାତ୍ରଛାତ୍ରୀ ମାନେ ମାଗଣାରେ ରହିବା, ଖାଇବା ସୁବିଧା ପାଇବା ସହ ମାଗଣା ଶିକ୍ଷାଲାଭ କରି ପାରିବେ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହା ସହ କହିଛନ୍ତି, ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ କିସର ଏହି ଶାଖା ପ୍ରତିଷ୍ଠା ନିଶ୍ଚିତ ରୂପେ ଏକ ନୂଆ ଅଶାର କିରଣ ଆଣିଦେବ । ଏଭଳି ଏକ ମହତ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରୁଥିବାରୁ କନ୍ଧମାଳ ସାଂସଦ ତଥା କିଟ କିସ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କୁ ଭୁୟସି ପ୍ରଶଂସା କରିଛନ୍ତି ମନ୍ତ୍ରୀ ପଦ୍ମିନୀ ଦିଆନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.