ସେପ୍ଟେମ୍ବର ମାସ ସୁଦ୍ଧା ସ୍କୁଲ ଖୋଲିବା ସମ୍ଭବ ନୁହେଁ: ମନ୍ତ୍ରୀ ସମୀର ଦାସ

ଯାଜପୁର ଟାଉନ(କେନ୍ୟୁଜ୍): କୋରୋନାର ଭୟାବହତା ଯୋଗୁଁ ଏବେ ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏପରିକି ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ମଧ୍ୟ କୋରୋନା ନିୟନ୍ତ୍ରଣକୁ ଆସିବା ନେଇ ମଧ୍ୟ ସମ୍ଭାବନା ନାହିଁ । ସେଥିପାଇଁ ରାଜ୍ୟର ୬୦ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ଇ-ଶିକ୍ଷା ଉପରେ ନିର୍ଭର କରିବାକୁ ପଡିବ ।

ଯଦିଓ ରାଜ୍ୟର ୨୨ ଲକ୍ଷ ଛାତ୍ରଛାତ୍ରୀ ଇଣ୍ଟରନେଟ ମାଧ୍ୟମରେ ପାଠ ପଢୁଛନ୍ତି । ବାକି ୩୮ ଲକ୍ଷ ଛାତ୍ରଛାତ୍ରୀ ଇଣ୍ଟରନେଟ ସମସ୍ୟା ପାଇଁ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି । ସେଥିପାଇଁ ରାଜ୍ୟ ସରକାର ଶିକ୍ଷା ସଂପର୍କ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଯେଉଁ ଯୋଜନାରେ ଶିକ୍ଷକ ମାନେ ଗାଁକୁ ଗାଁ ଯାଇ ପାଠ ପଢ଼ାଇବେ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଏଥିସହିତ କୋରୋନା ସମସ୍ୟା ଯୋଗୁଁ ପାଠ ପଢ଼ାରେ ବାଧା ଉପୁଜିଛି ସେଥିପାଇଁ ସିଲାବାସ କମାଇବା ପାଇଁ ବ୍ୟବସ୍ଥା ହେଉଛି । ଆସନ୍ତା ସପ୍ତାହ ସୁଦ୍ଧା ଚୁଡାନ୍ତ ସିଲାବସ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଯାଜପୁର ଗସ୍ତରେ  ଆସିଥିବା ବେଳେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.