Below header

କଳା ଯାଦୁ କରି ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା, ବାରିପଟୁ ମିଳିଲା ଲେମ୍ବୁ ଓ ନଡ଼ିଆ

ଦୁନିଆ ଯେତେ ଆଗକୁ ଗଲେ ବି ଲୋକମାନେ ନିଜ ଚିନ୍ତାଧାରାକୁ ବଦଳାଇ ପାରୁନାହାନ୍ତି। ବର୍ତ୍ତମାନର ବିଜ୍ଞାନ ଯୁଗରେ ବି ଲୋକମାନେ କଳାଯାଦୁ ବା ବ୍ଲାକ୍‌ ମ୍ୟାଜିକ୍‌ ଉପରେ ବିଶ୍ୱାସ କରୁଛନ୍ତି। ଏବେ ପୁଣିଥରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ଓ୍ଵାନାପାର୍ଥୀ ଜିଲ୍ଲାରେ। ଏଠାରେ କଳାଯାଦୁ ଯୋଗୁ ଯାଇଛି ୪ଟି ନିରୀହ ଜୀବନ। ଏଥିରେ ଏକ ୧୦ ବର୍ଷର କୁନି ଝିଅ ମଧ୍ୟ ନିଜ ଜୀବନ ହରାଇଛି।

Dead

ଓ୍ଵାନାପାର୍ଥୀ ଜିଲ୍ଲାର ରେଭାଲି ମଣ୍ଡଳ ଅନ୍ତର୍ଗତ ନାଗପୁର ଗାଁରେ ଏକ ଘରେ ପରିବାରର ୪ ଜଣଙ୍କ ମୃତଦେହ ବିକ୍ଷିପ୍ତ ଭାବେ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟା ମହିଳା, ତାଙ୍କ ୩୦ ବର୍ଷୀୟା ଝିଅ, ୪୦ ବର୍ଷୀୟ ଜ୍ୱାଇଁ ଓ ୧୦ ବର୍ଷର ଶିଶୁ କନ୍ୟା ରହିଛନ୍ତି। ସେମାନଙ୍କ ଗାଲ ଓ ଗୋଡ଼ରେ କ୍ଷତ ଚିହ୍ନ ରହିଛି। ସମସ୍ତ ମୃତଦେହ ଘରର ବିଭିନ୍ନ ସ୍ଥାନରେ ଏଣେ ତେଣେ ପଡ଼ିଛି। ଏଥିସହ ବାରିପଟୁ ଲେମ୍ବୁ ଓ ନଡ଼ିଆ ମଧ୍ୟ ଜବତ ହୋଇଛି। ଦୃଶ୍ୟ ଦେଖିଲେ ଜଣାପଡ଼ୁଛି ଯେ କେହି କଳାଯାଦୁ କରି ସମସ୍ତଙ୍କୁ ହତ୍ୟା କରିଛି।

black magic

ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକମାନେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ମାତ୍ର କୁନି ଝିଅଟିର ଶରୀରରେ କ୍ଷତ ଚିହ୍ନଥିବାରୁ ମାମଲା ଆଉ କିଛି ଥିବା ଅନୁମାନ କରାଯାଉଛି। ପଡ଼ୋଶୀ ସକାଳେ ମୃତଦେହ ଦେଖି ପୋଲିସକୁ ଜଣାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିଛି ବର୍ଷ ତଳେ ମୃତ ବୟସ୍କ ମହିଳା ଜଣକ କହୁଥିଲେ ଯେ କେହି ତାଙ୍କ ଉପରେ କଳାଯାଦୁ କରୁଛି। ଏଣୁ ଏହା ତାହାର ପରିଣତି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.