Below header

ବିନା ସିଡିରେ ବିଜୁଳି ଖୁଣ୍ଟକୁ ଚଟାପଟ୍‌ ଚଢ଼ୁଛନ୍ତି ମହିଳା, ଏମିତି ସଜାଡୁଛନ୍ତି ବିଦ୍ୟୁତ ତାର

କଣ ଆପଣ କେବେ ଜଣେ ମହିଳାଙ୍କୁ ବିଜୁଳି ଖୁଣ୍ଟ ଉପରେ ଚଢ଼ି ତାର ଜୋଡିବାର ଦେଖିଛନ୍ତି? ଦେଖିନାହାଁନ୍ତି ନା, ଏମିତି ହିଁ ଜଣେ ମହିଳା ଅଛନ୍ତି ଯିଏ ଏହି ପୁରୁଷଙ୍କ ଭଳି ଇଲେକ୍ଟ୍ରୀ ଖୁଣ୍ଟ ଚଢ଼ି ତାର ଯୋଡିବାରେ ଖୁବ୍‌ ମାହିର। ଆଜ୍ଞା ହଁ, ସେ କେବଳ ବିଜୁଳି ଖୁଣ୍ଟ ଉପରେ ଚଢ଼ନ୍ତି ବରଂ ବହୁତ ବାହାଦୁରି ସହିତ ତୃଟି ଥିବା ତାରକୁ ସଜାଡିବାରେ ମଧ୍ୟ ସମର୍ଥ ହୁଅନ୍ତି। ଆପଣ ଦେଖୁଥିବା ଏହି ମହିଳାଙ୍କ ନାମ ହେଉଛି ଉଷା ଜଗଦାଲେ ଏବଂ ସେ ମହାରାଷ୍ଟ୍ର ବୀଡ ଜିଲ୍ଲାରେ କାମ କରନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବିଜୁଳି ଖୁଣ୍ଟରେ ଏହି ମହିଳା ଜଣଙ୍କ ନିଡର ହୋଇ ଚଢ଼ିଯାଆନ୍ତି। ଲକଡାଉନ ସମୟରେ ଲୋକମାନଙ୍କ ବିଜୁଳି ସମସ୍ୟାକୁ ଦୂର କରିବା ପାଇଁ ସେ ବିନା କୌଣସି ଅସୁବିଧାରେ ବିଜୁଳି ଖୁଣ୍ଟକୁ ଚଢ଼ି ଯାଇ ବିଜୁଳି ଅପୂର୍ତ୍ତିକୁ ସଜାଡିଦିଅନ୍ତି। ଏବେ ସୋସିଆଲ ମିଡିଆରେ ତାଙ୍କ ସାହସିକତା ଏବଂ କାମ କରିବାର ତରିକା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲା ପରେ ଲୋକେ ହୋଇଯାଉଛନ୍ତି ଏକଦମ୍‌ ଆଶ୍ଚର୍ଯ୍ୟ।

ushaaଆପଣ ଦେଖିପାରୁଥିବେ ଯେ ମହିଳା ଜଣଙ୍କ ବିନା ସିଡି କିମ୍ବା ବିନା କୌଣସି ସାହାରାରେ ନିଡର ଭାବରେ ବିଜୁଳି ଖୁଣ୍ଟ ଉପରେ ଚଢ଼ୁଛନ୍ତି। କେବଳ ଏତିକି ନୁହେଁ ଖୁଣ୍ଟ ଉପରେ ଚଢ଼ି ସେ ଛିଡି ଯାଇଥିବା ତାରକୁ ସଜାଡି ପୁଣି ସୁରକ୍ଷିତ ଭାବେ ତଳକୁ ଆସୁଛନ୍ତି। ତେବେ ଏହି ମହିଳାଙ୍କୁ ଦେଖି ଲାଗୁଛି ଦୁନିଆରେ ସବୁକିଛି ସମ୍ଭବ। ପୁରୁଷ କରିପାରୁଛନ୍ତି ଯେ ମହିଳା କରିପାରିବେନି ସେମିତି କିଛି ନାହିଁ, ସ୍ୱାଧୀନତାର ୭୪ ବର୍ଷ ପରେ ମହିଳାମାନେ ମଧ୍ୟ ବହୁତ ମାତ୍ରାରେ ଆଗ ଧାଡିରେ ଛିଡା ହେବାକୁ ହୋଇପାରୁଛନ୍ତି ସମର୍ଥ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.