କଟକ: ବଜ୍ରପାତରେ ଜଳିଗଲା ୨ ବଖରା ଘର, ଜଣେ ଗୁରୁତର

କଟକ(କେନ୍ୟୁଜ୍): ଟାଙ୍ଗୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର  ସବରପଲ୍ଲି ସାହିରେ ବଜ୍ରପାତ ଘଟି ୨ ବଖରା ଘର ଜଳିଯାଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଜଣଙ୍କ ହେଲେ ରେଣୁ ଦେହୁରୀ । ବିଲରୁ କାମ ସାରି ଭାଗ୍ୟଧର ଦେହୁରୀ ଏବଂ ତାଙ୍କ ପତ୍ନୀ ରେଣୁ ଦେହୁରୀ ଘର ଭିତରେ ଖାଉଥିବା ସମୟରେ ଘର ଉପରକୁ  ବଜ୍ରପାତ ହୋଇଥିଲା।  ବଜ୍ରପାତ ଯୋଗୁଁ   ତାଙ୍କର ସମସ୍ତ ଆସବାପତ୍ର ସହିତ ଜରୁରୀ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି ।

ବଜ୍ରପାତରେ ଭାଗ୍ୟଧରଙ୍କ ପତ୍ନୀ   ଗୁରୁତର ହୋଇ ପଡିଥିଲେ । ଏହି ଖବର ପାଇ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେବା ସହିତ ରେଣୁ ଦେହୁରୀକୁ କଟକ ବଡ ମେଡିକାଲ ପଠାଇଛନ୍ତି । ବିଧାୟକ ପ୍ରଶାନ୍ତ ବେହେରା ଏହି  ଘଟଣାରେ ପୀଡିତ ପରିବାରଙ୍କୁ ଆର୍ଥିକ ସହୟତା ଯୋଗାଇ ଦେଇଛନ୍ତିା ଏହି ପରିବାରଟି ଦିନ ମୁରିଆ ହୋଇଥିବାରୁ ତାଙ୍କୁ ତରୁନ୍ତ ସରକାରୀ ସହୟତା ଯୋଗାଇ ଦେବାକୁ ଅଞ୍ଚଳବାସୀମାନେ ଦାବୀ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.