Below header

୮୧ କୋଟି ଗରିବଙ୍କ ପାଇଁ ମୋଦି କ୍ୟାବିନେଟରେ ବଡ ନିଷ୍ପତ୍ତି, ୫ ବର୍ଷ ପର୍ଯ୍ୟନ୍ତ ମାଗଣାରେ ମିଳିବ ରାସନ

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଏହା ମଧ୍ୟରେ ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ।

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ନୂଆବର୍ଷ ଠାରୁ ଗରିବଙ୍କୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ସାମଗ୍ରୀ ମିଳିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

ମୋଦି ସରକାରଙ୍କ ଏହି ଘୋଷଣା ଫଳରେ ଦେଶର ୮୧ କୋଟି ଗରିବ ହିତାଧିକାରୀ ଲାଭବାନ ହେବେ । ପିଏମଜିକେଏୱାଇ ଯୋଜନା ଅଧିନରେ ହିତାଧିକାରୀଙ୍କୁ ପ୍ରତି ମାସରେ ମାଗଣାରେ ୫ କେଜି ରାସନ ସାମଗ୍ରୀ ପ୍ରଦାନ କରାଯିବ ।

କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଫଳରେ ଦେଶର କୋଟି କୋଟି ଗରିବ ଲୋକ ବିଶେଷ ଭାବେ ଏହି ଯୋଜନାରେ ଉପକୃତ ହୋଇ ପାରିବେ । ଗତ ୨୦୨୦ ମସିହା ଜୁନ୍ ମାସରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅଧିନରେ ଗରିବ ଲୋକଙ୍କୁ ମାସକୁ ୫ କେଜି ଚାଉଳ ଏବଂ ଗହମ ମାଗଣାରେ ପ୍ରଦାନ କରାଯିବ ।

କେନ୍ଦ୍ର ସରକାର ସମୟ ସମୟରେ ଏହି ଯୋଜନାର ଅବଧିକୁ ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାର ୨୦୨୩ ପର୍ଯ୍ୟନ୍ତ ଏହି ଯୋଜନାକୁ ବୃଦ୍ଧି କରିଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.