Below header

CBSEର ବଡ଼ ନିଷ୍ପତ୍ତି, ୧୦ମ-ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଆଉ ମିଳିବ ନାହିଁ ଡିଭିଜନ ଓ ଡିଷ୍ଟିଂସନ

CBSE ବୋର୍ଡର ବଡ଼ ନିଷ୍ପତ୍ତି। ଶେଷ ହେଲା ବର୍ଷ ବର୍ଷର ପୁରୁଣା ପରମ୍ପରା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୩-୨୪ ପୂର୍ବରୁ ଜରୁରୀ ଅପ୍‌ଡେଟ ଦେଇଛି।

CBSE ବୋର୍ଡର ବଡ଼ ନିଷ୍ପତ୍ତି। ଶେଷ ହେଲା ବର୍ଷ ବର୍ଷର ପୁରୁଣା ପରମ୍ପରା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୩-୨୪ ପୂର୍ବରୁ ଜରୁରୀ ଅପ୍‌ଡେଟ ଦେଇଛି। ଶିକ୍ଷା ବୋର୍ଡ ୨୦୨୪ରେ ହେବାକୁ ଥିବା ବୋର୍ଡ ପରୀକ୍ଷା ପୂର୍ବରୁ ଆଉ ଏକ ପୁରୁଣା ପରମ୍ପରାକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି।

ବର୍ତ୍ତମାନ ସିବିଏସ୍‌ଇ ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ କୌଣସି ବି ଛାତ୍ରଛାତ୍ରୀଙ୍କୁ ଡିଭିଜନ କିମ୍ବା ଡିଷ୍ଟିଂସନ ନ ଦେବାକୁ ନିଷ୍ପତ୍ତି ନେଇଛି। ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସ୍ୱୟମ୍‌ ଭରଦ୍ୱାଜ କହିଛନ୍ତି ଯେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ୧୦ମ ଏବଂ ଦ୍ୱାଦଶ ମାର୍କସିଟ୍‌ରେ କୌଣସି ଓଭରଅଲ୍‌ ଡିଭିଜନ, ଡିଷ୍ଟିଂସନ କିମ୍ବା ଏଗ୍ରିଗେଟ୍‌ ମାର୍କସ୍‌ ଅର୍ଥାତ୍‌ ସମସ୍ତ ବିଷୟରେ ପ୍ରାପ୍ତ ମୋଟ ମାର୍କର ଯୋଗ ଦିଆଯିବ ନାହିଁ।

ବୋର୍ଡ କହିଛି, ୧୦ମ ଏବଂ ଦ୍ୱାଦଶ ପରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଆଡ୍‌ମିସନ ଦେଉଥିବା ଶିକ୍ଷାନୁଷ୍ଠାନ କିମ୍ବା ସଂସ୍ଥା ନିଜେ ସେମାନଙ୍କ ମାର୍କଗୁଡ଼ିକ ହିସାବ କରିବେ। ଯଦି ପିଲା ୫ରୁ ଅଧିକ ବିଷୟରେ ପରୀକ୍ଷା ଦେଇଛି, ତା’ ହେଲେ ଅନୁଷ୍ଠାନ କେବଳ ପିଲାର ଶ୍ରେଷ୍ଠ ୫ଟି ବିଷୟର ମାର୍କକୁ ହିସାବ କରି ଆଧାର ରୂପେ ଗ୍ରହଣ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.