Below header

NEET 2019 ପରୀକ୍ଷା ପାଇଁ ପ୍ରବେଶ ପତ୍ରକୁ ଅପେକ୍ଷା କରିଥିଲେ, ଜାଣନ୍ତୁ ଏହି ତଥ୍ୟ

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ନାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନସ୍ ଟେଷ୍ଟ (ନିଟ୍)ପାଇଁ ଆଡମିଟ୍ କାର୍ଡ ଜାରି କରିଛନ୍ତି। ଯେଉଁ ଆଶାୟୀ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ସେମାନେ ntaneet.nic.in ୱେବ୍ସାଇଟକୁ ଯାଇ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ନିଜର ରେଜିଷ୍ଟ୍ରେସନ୍ ନମ୍ବର, ଆବେଦନ ସଂଖ୍ୟା ଓ ପାସୱାର୍ଡ ଦେବାକୁ ପଡ଼ିବ ।

ନିଟ୍ ପରୀକ୍ଷା ଆସନ୍ତା ମେ ୫ ତାରିଖରେ ଅନୁଷ୍ଠିତ ହେବ । ଦେଶର ମୋଟ ୧୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ରାଷ୍ଟ୍ରୀୟ ସ୍ତରରେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ପାଇଁ ୧୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ପରୀକ୍ଷା ଆସନ୍ତା ୫ ତାରିଖରେ ଅପରାହ୍ନ ୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଶେଷ ହେବ । ଆପଣଙ୍କୁ ସମୟ ଭିତରେ ରିପୋର୍ଟ କରିବାକୁ ହେବ। ଏହି ପରୀକ୍ଷା ଇଂରାଜୀ,ଉର୍ଦ୍ଦୁ,ହିନ୍ଦୀ ଏବଂ ୮ ଟି କ୍ଷେତ୍ରୀୟ ଭାଷାରେ ଆୟୋଜିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.