ଏହି ଗ୍ରହର ନାମକରଣ କରିବାକୁ ଲୋକଙ୍କୁ ମିଳିବ ସୁଯୋଗ, ୧୨ ବର୍ଷ ଧରି ନାମ ରଖି ପାରିନାହାନ୍ତି ବୈଜ୍ଞାନିକ

କୌଣସି ଗ୍ରହର ନାମ ରଖିବାକୁ ବୋଧ ହୁଏ ଲୋକଙ୍କୁ ସୁଯୋଗ କମ ମିଳିଥାଏ। ସାଧାରଣତଃ ଗ୍ରହର ନାମ ରଖିବାର ଦାୟିତ୍ବ ଏହାକୁ ଖୋଜିଥିବା ଲୋକଙ୍କୁ ମିଳିଥାଏ। ଅନେକ ଥର ଏମିତି ହୋଇଛି ଯେ ଗ୍ରହର ନାମ ଅଫିସିଆଲ ଭାବେ ଦିଆଯାଇନଥାଏ ଏବଂ ବୈଜ୍ଞାନିକଙ୍କ ଦିଆଯାଇଥିବା ନାମରେ ଜଣାଯାଇଥାଏ।

ଓଆର ୧୦ ନାମକ ଏହି ଗ୍ରହର ନାମ ରଖିବାକୁ ସୁଯୋଗ ବୈଜ୍ଞାନିକ ମାନେ ଲୋକଙ୍କୁ ଦେଇଛନ୍ତି। ଏହାପାଇଁ ଭୋଟିଂ ସିଷ୍ଟମର ସାହାରା ନିଆ ହେଉଛି। ଏହି ଛୋଟ ଗ୍ରହର ସନ୍ଧାନ ୧୨ ବର୍ଷ ପୂର୍ବରୁ ହୋଇଥିଲା।

ଓଆର୧୦ ଏହାର ବୈଜ୍ଞାନିକ ନାମ ଅଟେ। ବୈଜ୍ଞାନିକ ମାନେ ବହୁତ ପରିଶ୍ରମ କରି ଏହାର ସନ୍ଧାନ ପାଇଥିଲେ। ତିନି ଜଣ ବୈଜ୍ଞାନିକ ଏହାର ନାମ ଗୋଙ୍ଗଗୋଙ୍ଗ, ହୋଲେ ଏବଂ ୱିଲି ନିଷ୍ପତି ନିଆଯାଇଛି। ଏହି ନାମକୁ ନେଇ ମେ ୧୦ ପର୍ଯ୍ୟନ୍ତ ଭୋଟିଂ ସମୟ ରହିଛି। ବଛା ଯାଇଥିବା ଏହି ତିନିଟି ନାମ ପୌରାଣିକ ଭଗବାନଙ୍କ ଉପରେ ଆଧାରିତ ଅଟେ। ଯେଉଁ ନାମକୁ ସବୁଠୁ ଅଧିକ ଭୋଟ ମିଳିବ ସେହି ନାମକୁ ଆଇଏୟୁ ସାମ୍ନାରେ ରଖାଯିବ।

Leave A Reply

Your email address will not be published.