ନୂଆ ଫିଚର୍ସ ଏବଂ ବୈଷୟିକ ଜ୍ଞାନକୌଶଳ ସହ ଲଞ୍ଚ ହେଉଛି ନୂଆ Hyundai creta 2020, ଦାମ ଯେମିତି ଦମ ବି ସେମିତି

ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଭାରତୀୟ ଅଟୋମୋବାଇଲ ବଜାରରେ ନିଜର ସବୁଠାରୁ ବଡ ଲଞ୍ଚ କରୁଛି। କମ୍ପାନୀ ପକ୍ଷରୁ ଅଲ ନ୍ୟୁ ୨୦୨୦ ହ୍ୟୁଣ୍ଡାଇ କ୍ରେଟାର ସେକେଣ୍ଡ ଜେନେରେସନ ଲଞ୍ଚ ହେଉଛି। ଦକ୍ଷିଣ କୋରିଆରର ପ୍ରସିଦ୍ଧ ଅଟୋ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ମୋଟର୍ସ ନୂଆ କ୍ରେଟାର ଆସନ୍ତା ୧୭ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଏହି ନୂଆ କ୍ରେଟା କାର ଏତେ ଶକ୍ତିଶାଳୀ ଯେ, ଦୁଇଟି ବଡ ଆଫ୍ରିକୀୟ ହାତୀ ( ପାଖାପାଖି ୫,୪୦୦ କିଲୋ) ଓଜନ ନେବାରେ ସକ୍ଷମ ।

cc

ଏହି ସେକେଣ୍ଡ ଜେନେରେସନ ନୂଆ କ୍ରେଟା ଚେଚିସର ଓଜନ ୩୦୦ କିଲୋ ରହିଛି। ଏହି ଗାଡିରେ ABS, EBD, ESP , ଡୁଆଲ ଫ୍ରଣ୍ଟ ଏୟାରବ୍ୟାଗ, ISOFIX ଚାଇଲ୍ଡ ସିଟ ଏକଂରେଜ, ସ୍ପିଡ ସେନସରିଂ ଡୋର ଲକ୍‌, ଇଫେକ୍ଟ ସେନସରିଂ ଡୋର ଅନଲକ୍‌, ଫ୍ରଟ୍‌ ସିଟବେଲ୍ଡ ରିମାଇଣ୍ଡର ଏବଂ ହାଇ ସ୍ପିଡ୍‌ ବର୍ନିଂ ବଜର ମଧ୍ୟ ରହିଛି।

creta

ଲଚିଂ ପୂର୍ବରୁ କ୍ରେଟାକୁ ୨୫ ହଜାର ଟଙ୍କା ଟୋକନ ରାଶିର ବଛାଯାଇଥିବା ଡିଲରସିପ୍‌ରେ ବୁକ୍‌ କରାଯିବ, ଯାହା ପରେ ରିଫଣ୍ଡ କରିହେବ। ଆସନ୍ତା ୧୭ରେ ଲଞ୍ଚ ହେଉଥିବା ଏହି କାରରେ ୩.୫ ମୋନୋ ଟିଏଫ୍‌ଟି ମଲ୍ଟି ଇନଫୋମେସନ ଡିସପ୍ଲେ, ୭ ଇଞ୍ଚର ଇଷ୍ଟ୍ରମେଣ୍ଟ କ୍ଲଷ୍ଟର, ଫ୍ରଣ୍ଟ ଭେଣ୍ଟିଲେଟେଡ ସିଟ୍‌, ରିମୋଟ ଇଞ୍ଜିନ ଷ୍ଟାଟଅପ୍‌, ୮ ସ୍ପିକର ବୋସ ସାଉଣ୍ଡ ସିଷ୍ଟମ, ୧୭ ଇଞ୍ଚ ଡାଇମଣ୍ଡ କଟ୍‌ ଆଲୟୋ ଓ୍ଵିଲ, ଇଲେଟ୍ରିକ ପାର୍କିଂ ବ୍ରେକ ଭଳି ସୁବିଧା ରହିଛି। ୬ ସ୍ପିଡ ମାନୁଆଲ ଗିଅରବକ୍ସ ସହିତ ୧୬.୮ କିମି ପ୍ରତି ଲିଟର ମାଇଲେଜ ଦେବ ଏହି ନୂଆ କ୍ରେଟା। ଯାହା ARAI ଦ୍ୱାରା ପ୍ରମାଣିତ। ସେକେଣ୍ଡ ଜେନେରେସନ କ୍ରେଟା ଏସୟୁଭିର ମୂଲ୍ୟ ୧୦ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.