ଆସିଲା Maruti Suzuki Altoର ନୂଆ ରେଟ୍ରୋ ମଡେଲ, ଲୁକ୍‌ ସହ ଫିଚର୍ସ କରିଛି ସମସ୍ତଙ୍କୁ ଦିଓ୍ଵାନା

ମାର୍କେଟକୁ ଆସିଲା ମାରୁତିର ନୂଆ ଅଲଟୋ ମଡେଲ। ମାରୁତି ସୁଜୁକି ନିକଟରେ ନୁଆ ଅଲଟୋ ଲେପିନ ଏଲସିକୁ ଜାପାନ ବଜାରରେ ଲଞ୍ଚ କରିଛି। ଲଞ୍ଚ କରିବା ପରେ ହିଁ ଏହାର ଲୁକ୍‌ ଦେଖି ସବୁଆଡେ ଚର୍ଚ୍ଚା ହେଉଛି । ଏଥିରେ ରେଟ୍ରୋ ଲୁକ ଦିଆଯାଇଛି। ଯାହାକି ଗାଡ଼ିର ସୁନ୍ଦରତାକୁ ଆହୁରି ବଢ଼ାଇଦେଇଛି। କାରକୁ ଦେଖି ଅନେକ ଏହାକୁ ପସନ୍ଦ କରୁଛନ୍ତି।

ନୂଆ ସୁଜୁକି ଅଲ୍ଟୋ ଏଲସିରେ ୬୬୦ ସିସିର ୩ଟି ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ରହିଛି। ଏହା ପାଖାପାଖି ୬୩ ବିଏଚପି ପାଓ୍ଵର ଜେନେରେଟ କରିଥାଏ। ଏଥିରେ ଆପଣଙ୍କୁ ଫ୍ରଣ୍ଟ ହ୍ଵିଲ ଡ୍ରାଇଭ ଓ ୪ ହ୍ଵିଲ ଡ୍ରାଇଭ ଅପସନ ଦିଆଯାଇଛି। ଏହା ଗ୍ରାହକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଶୁଣିବାକୁ ମିଳିଛି।

car
pc: zee news

ରେଟ୍ରୋ ଷ୍ଟାଇଲରେ ନୂଆ ସୁଜୁକି ଅଲଟୋ ଲେପିନ ଏଲସିରେ ୪ଟି ଡବଲ ଟୋନ କଲର ଅପସନ ସହ ୭ଟି ସିଙ୍ଗିଲ କଲର ଅପସନ ଦିଆଯାଇଛି। ଏମିତିରେ ଗାଡ଼ିର ଲୁକ ଜବର ଦସ୍ତ ରହିବ ବୋଲି ଅନୁମାନ କରି ହେଉଛି। ଏହି କାର ର ସାଇଜ ଛୋଟ ହେଲେ ମଧ୍ୟ ଏଥିରେ ୪ଟି ଲୋକ ବସି ପାରିବେ। ତେବେ ୪ଟି ଡବଲ ଟୋନ କଲର ଅପସନର ଦାମ ଅଧିକ ଥିବାର ଶୁଣିବାକୁ ମିଳିଛି।

କେବଳ ଜାପାନ ବ୍ୟତିତ ଅନ୍ୟ ଦେଶରେ ଏହି ଗାଡ଼ି ଲଞ୍ଚ ହୋଇନାହିଁ। ତେବେ ଜାପାନରେ ମାରୁତି ସୁଜୁକି ଅଲଟୋ ଲେପିନ ଏଲସି ର ପ୍ରାରମ୍ଭିକ ଦାମ ୧,୪୯୬,୦୦୦ ୟେନ ମାନେ ପାଖାପାଖି ୮ଲକ୍ଷ ଟଙ୍କା ରହିଛି। ଏହା ହେଉଛି 2WD ର ଦାମ୍‌ । ସେହିପରି 4WDର ଦାମ ୧,୫୯୭,୨୦୦ ୟେନ ମାନେ ପାଖାପାଖି ୯ ଲକ୍ଷ ଟଙ୍କା ରହିଛି। ଏଥିରେ ଟାକ୍ସ ଇନକ୍ଲୁଡ ଅଛି।

ଏଥିରେ ନ୍ୟୁ ଗ୍ରିଲ ଓ ଫ୍ରଣ୍ଟରେ ବଡ଼ ରାଉଣ୍ଡ ଏଲଇଡି ଲାଇଟ ଦିଆଯାଇଛି। ଯଦି ଆଗରୁ ଏହାର ବ୍ରେଜିଂ ହଟାଇଦେଉ ତେବେ ଏହା ବିଲକୁଲ ବିଏମଡବ୍ଲୁ ଗ୍ରୁପ ର ମିିନ କୁପର ଭଳି ଦେଖାଯିବ। ତେବେ ଏହାର ଇଣ୍ଟିରିୟର ରେ ଚେକ ଡିଜାଇନ ଭଳି ସିଟ କଭର ରହିଛି। ଯାହାକୁ ପୁରା ଲେଦରରେ ତୀିଆରି। ଏହାସହ ଦୁଆଲ ଟୋନ ଫିିନିସିଂ ମଧ୍ୟ ରହିଛି। ବ୍ରେକ ସିଟରେ କପ୍‌ ହୋଲଡର ଅପସନ, ସୁରକ୍ଷା ପାଇଁ ସିଟ ବେଲ୍ଟ ଓ କମଫର୍ଟ ପାଇଁ ହେଡରେଷ୍ଟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.