Below header

ଦେବାଳିଆ ସ୍ଥିତିରେ ଆଉ ଏକ ଘରୋଇ ବ୍ଯାଙ୍କ, ୨୫ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇପାରିବେନି ଗ୍ରାହକ

ଲକ୍ଷ୍ମୀ ବିଳାସ ବ୍ଯାଙ୍କ ସ୍ଥିତି ଏବେ ବେଶ ଖରାପ ହୋଇପଡିଛି। ଘରୋଇ ସେକ୍ଟରରେ ଆଉ ଏକ ସଂକଟଗ୍ରସ୍ତ ବ୍ୟାଙ୍କକୁ ଆରବିଆଇ ମୋରାଟୋରିୟମ ତାଲିକାରେ ସାମିଲ କରିଛନ୍ତି। ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ନଭେମ୍ଵର ୧୬ରୁ କଟକଣା ଲାଗୁ କରାଯାଇଛି। ଏଥିସହ ଖାତାଧାରୀ ବର୍ତ୍ତମାନ ଉକ୍ତ ବ୍ୟାଙ୍କରୁ ୨୫ ହଜାରରୁ ଅଧିକ ଟଙ୍କା କାଢି ପାରିବେ ନାହିଁ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି। ଏହା ପୂର୍ବରୁ ୟସ୍ ବ୍ୟାଙ୍କ ଓ ପିଏମସି ବ୍ୟାଙ୍କ ମାମଲାରେ ମଧ୍ୟ ଏହି ପରି ପଦକ୍ଷେପ ନିଆଯାଇଥିଲା।

ଧାରା ୪୫ ଆଧାରରେ ଆରବିଆଇର ପ୍ରସ୍ତାବ ଆଧାରରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ମୋରାଟୋରିୟମ ଲାଗୁ କରାଯାଇଛି। ଏହା ଲାଗୁ ରହିବା ପର୍ଯ୍ୟନ୍ତ ବ୍ୟାଙ୍କ ଗ୍ରାହକଙ୍କୁ ୨୫ ହଜାରରୁ ଅଧିକ ଟଙ୍କା ଦେଇ ପାରିବ ନାହିଁ। ଯେ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ତରଫରୁ କୌଣସି ଲିଖିତ ଆଦେଶ ନମିଳିଛି ସେ ପର୍ଯ୍ୟନ୍ତ ଏହା ଜାରି ରହିବ। କିନ୍ତୁ ଗ୍ରାହକଙ୍କ ଚିକିତ୍ସା, ଉଚ୍ଚ ଶିକ୍ଷା ପାଇଁ ଫି, ବିବାହ ପରି ଗୁରୁତ୍ଵପୂର୍ଣ୍ଣ କାମରେ ଜମାକାରୀ ୨୫ ହଜାରରୁ ଅଧିକ ଟଙ୍କା କାଢି ପାରିବେ। କିନ୍ତୁ ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କର ଅନୁମତି ନେବାକୁ ପଡିବ।

bank

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପାଇଁ ସମସ୍ୟା ୨୦୧୯ରୁ ଆରମ୍ଭ ହୋଇଥିଲା, ଯେତେବେଳେ ଆରବିଆଇ ଇଣ୍ଡିଆ ବୁଲ୍ସ ହାଉସିଂ ଫାଇନାନ୍ସ ସହିତ ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବକୁ ଖାରଜ କରିଥିଲେ। ସେପ୍ଟେମ୍ବର ମାସରେ ଅଂଶଧାରୀଙ୍କ ପକ୍ଷରୁ ସାତ ନିର୍ଦ୍ଦେଶକଙ୍କ ବିରୋଧରେ ଭୋଟିଂ ପରେ ରିଜର୍ଭ ବ୍ୟାଙ୍କ ଅର୍ଥାଭାବ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବ୍ୟାଙ୍କକୁ ଚଳାଇବା ଲାଗି ମୀତା ମାଖନଙ୍କ ନେତୃତ୍ଵରେ ତିନି ଜଣିଆ କମିଟି ଗଠନ କରିଥିଲେ। ୨୦୧୯-୨୦ ବର୍ଷରେ ବ୍ଯାଙ୍କ ୮୩୬.୦୪ କୋଟି ଟଙ୍କା କ୍ଷତି ସହିଥିବା ବେଳେ ୨୦୧୮-୧୯ରେ ୮୯୪.୦୯ କୋଟି ଟଙ୍କା କ୍ଷତି ସହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.