ଏବେ ରେସ୍ତୋରାଁରେ ବସି କରିପାରିବେ ଅଫିସ୍‌ କାମ, ଷ୍ଟାର୍ଟଅପ୍‌ କମ୍ପାନୀ ଲଞ୍ଚ୍‌ କଲା ଆପ୍‌

ମନପସନ୍ଦର ରେସ୍ତୋରାଁରେ ଆପଣ ଖାଦ୍ୟ ତ ଖାଇଥିବେ କିନ୍ତୁ କେବେ ସେଠାରେ କାମ କରିଛନ୍ତି କି? ବୋଧ ହୁଏ ନା’। କିନ୍ତୁ ଏବେ ଆପଣ ଖାଇବା ସହ ରୋସ୍ତୋରାଁରେ ବସି କାମ ମଧ୍ୟ କରିପାରିବେ। ପ୍ରାଇମ୍ସ କୋ ଓ୍ଵାର୍କ ନାମକ ଷ୍ଟାର୍ଟଅପ୍‌ କମ୍ପାନୀ ଏକ ଆପ୍‌ ମାଧ୍ୟମରେ ମୁମ୍ବାଇ ଓ ପୁଣେରେ ରେସ୍ତୋରାଁରେ ଅଫିସ କାମ କରିବା ସୁବିଧା ଦେଉଛି।

ମୁମ୍ବାଇ ଭଳି ବ୍ୟସ୍ତବହୁଳ ସହରରେ ଘରୁ ଅଫିସ ପହଞ୍ଚିବା କୌଣସି ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ। ଏଭଳି ସ୍ଥିତିରେ ଯଦି ଅଫିସ ଆପଣଙ୍କ ନିକଟସ୍ଥ କୌଣସି ରେସ୍ତୋରାଁକୁ ଆସିଯାଏ ତେବେ କାମ କରିବା ବହୁତ ସହଜ ହୋଇଯିବ। ହାତପାହାନ୍ତାରେ ମନପସନ୍ଦର ଖାଦ୍ୟ ସହ ସହଜରେ ଲୋକମାନେ କିପରି କାମ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଷ୍ଟାର୍ଟଅପ୍‌ କମ୍ପାନୀ ଏହି ନୂଆ ଉପାୟ ଲଞ୍ଚ୍‌ କରିବାକୁ ଯାଉଛି।

ପ୍ରାଇମ୍ସ କୋ ଓ୍ଵର୍କର ପ୍ରତିଷ୍ଠାତା ଅଭିବୟ ଦେବ ଏନେଇ କହିଛନ୍ତି ଯେ ଏହି ପ୍ରୋଜେକ୍ଟ ମୁମ୍ବାଇରେ କେବଳ ସେହି ରେସ୍ତୋରାଁରେ ଉପଲବ୍ଧ ହେଉଛି ଯାହା ଦିନରେ ବନ୍ଦ ଓ ସନ୍ଧ୍ୟାରେ ଖୋଲା ରହେ। ଏହି ରୋସ୍ତୋରାଁ ଅଫିସରେ କାମ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଉପଲବ୍ଧ ହେବ।

ଅଭିବୟ କହିଛନ୍ତି କମ୍ପାନୀ ଏଥିପାଇଁ ଏକ ଆପ୍‌ ମଧ୍ୟ ଆରମ୍ଭ କରିଛି। ଏହି ଆପ୍‌ ଜରିଆରେ ଜଣେ ଘରେ ବସି ନିକଟସ୍ଥ କେଉଁ ରେସ୍ତୋରାଁରେ ଏହି ସୁବିଧା ଉପଲବ୍ଧ ହେଉଛି ତାହା ଜାଣିପାରିବେ ଓ ବୁକ୍‌ ବି କରିପାରିବେ। ଏଥିପାଇଁ ଦିନକୁ ମାତ୍ର ୨୦୦ ଟଙ୍କା ଦେବାକୁ ପଡ଼ିବ। ଏଥିରେ ଓ୍ଵାର୍କ ସ୍ପେସ୍‌ ସହ ଓ୍ଵାଇଫାଇ, ଜଣେ ଅଫିସ ବୟ ଓ ଅନ୍‌ଲିମିଟେଡ୍‌ ଚା’କଫିର ସୁବିଧା ମଧ୍ୟ ଦିଆଯିବ।

Leave A Reply

Your email address will not be published.